ଗଞ୍ଜାମରେ ଟାର୍ଗେଟ୍ 'ମିଶନ ଜିରୋ ଆକ୍ଟିଭ୍ କେସ୍' : ଜିଲ୍ଲାରେ ବର୍ତ୍ତମାନ ସୁସ୍ଥ ହାର ୮୭ %

Published By : Prameya-News7 Bureau | August 21, 2020 IST

ବ୍ରହ୍ମପୁର, ୨୧|୦୮ :   ଗଞ୍ଜାମ ଜିଲ୍ଲାରେ କୋହଳ ହେବ କୋଭିଡ୍ କଟକଣା । ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଏମସି କମିଶନ । ସେହିପରି ଜିଲ୍ଲାରେ ଜିରୋ ଆକ୍ଟିଭ୍ କେସ୍ ଲକ୍ଷ୍ୟ ରଖାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ବିଏମସି କମିଶନର କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ କରୋନା କଟକଣା କୋହଳ କରାଯିବ । ସୋମବାରରୁ ଶୁକ୍ରବାର ଯାଏଁ କଟକଣାରେ କୋହଳ ହେବ । ଏହି ଦିନ ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।

ସେହିପରି ଜିଲ୍ଲାପାଳ କହିଛନ୍ତି ଯେ, ଗଞ୍ଜାନରେ ଦୈନିକ ୧୦ ହଜାର ଟେଷ୍ଟିଂ ହେଉଛି । ଜିଲ୍ଲାରେ ସୁସ୍ଥ ହାର ୮୭ ପ୍ରତିଶତ ରହିଛି । ମିଶନ ଜିରୋ ଆକ୍ଟିଭ୍ କେସ୍ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ମୋଟ୍ ୪୨ଜଣଙ୍କୁ ପ୍ଲାଜମା ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.