Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜାମରେ କମୁଛି କରୋନା ଗ୍ରାଫ୍ : ଜିଲ୍ଲାକୁ ସଂକ୍ରମଣରୁ ମୁକ୍ତ ପାଇଁ ପଦକ୍ଷେପ, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ହେବ ପୁନଃ ସ୍ୱାସ୍ଥ୍ୟ ଯାଞ୍ଚ

20/08/2020 at 11:41 AM

ବ୍ରହ୍ମପୁର ୨୦।୦୮: ସାରା ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହିପ୍ରରିପେକ୍ଷୀରେ ଆଜି ଗଞାମ ଜିଲ୍ଲାରୁ ୨୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୨୪କୁ ପହଞ୍ଚିଛି ।  ସେପଟେ ୪ଜଣ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୬୬ରେ ପହଞ୍ଚିଛି ।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ତାଲିକାରେ ୪ନମ୍ବରରେ ରହିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୫୭୨୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୬ରେ ପହଞ୍ଚିଛି । ତେବେ ଏଭଳି ସଂଗୀନ ପରିସ୍ଥିତିରେ କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାରୁ କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ପ୍ରଶାସନ ଆଉ ଏକ ପଦକ୍ଷେପ ନେଇଛି । କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତ ପୁନଃ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଆଜିଠାରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଝି ଠାରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  

   Related Posts