Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଢେଙ୍କାନାଳରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, କଟକଣା କଡାକଡି କରିବାକୁ ଦାବି

26/09/2020 at 9:02 PM

ଢେଙ୍କାନାଳ, ୨୬ ।୦୯: ଢେଙ୍କାନାଳରେ କରୋନା  ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ  ବଢ଼ିବାରେ ଲାଗିଛି । ଯାହାକୁ ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇପଡିଛନ୍ତି । ଏଥିପାଇଁ ପ୍ରଶାସନର ଅବହେଳାକୁ ଦାୟୀ କରି କଟକଣାକୁ କଡାକଡ଼ି କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

ହୁ ହୁ ହୋଇ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଉ ଏହି ମହାମାରୀ କରୋନା ଢେଙ୍କାନାଳ ଜିଲ୍ଲା ଉପରେ ସମ୍ପୂର୍ଣ୍ଣ କାୟା ବିସ୍ତାର କରିସାରିଲାଣି । ଯାହାକୁ ନେଇ ଢେଙ୍କାନାଳବାସୀ ଆତଙ୍କିତ ହୋଇ ପଡିଲେଣି । ଏକଦା ସାରା ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ଢେଙ୍କାନାଳ ଜିଲ୍ଲାର ସ୍ଥିତିକୁ ନେଇ ବେଶ ଆଶ୍ୱସ୍ଥରେ ଥିଲେ ଲୋକେ । ମାତ୍ର ଏବେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଅମାନିଆଙ୍କ ଉପରେ ଆଉ ପ୍ରଶାସନ ବା ପୁଲିସର ଲଗାମ ରହିଲା ପରି ଜଣାପଡୁନି ।ଏଥିପାଇଁ ପ୍ରଶାସନର ଖାମଖିଆଲି ଓ କୋହଳ ମନୋଭାବକୁ ଦାୟୀ କରୁଛନ୍ତି ସ୍ଥାନୀୟ ଲୋକେ ।

ତେବେ ସରକାରୀ ସୂଚନା ମୁତାବକ, ଢେଙ୍କାନାଲ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୧ଲକ୍ଷ ୯୩ହଜାରରୁ ମାତ୍ର ୬୪ହଜାର ୫ଶହ୫ଜଣଙ୍କର ଟେଷ୍ଟ କରାଯାଇପାରିଛି । ଯାହାକି ମୋଟ ଲୋକ ସଂଖ୍ୟାର ମାତ୍ର ଶତକଡା ୫.୪ ପ୍ରତିଶତ । ଏଥିମଧ୍ୟରୁ ଆଜିଯାଏ ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା ୩ହଜାର ୪ଶହ ୫୩ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ  ମହାମାରୀ କରୋନା ୩ଜଣଙ୍କ ପ୍ରାଣ ନେଇ ସାରିଛି । ଅପରପକ୍ଷରେ  ୨ହଜାର ୮ଶହ ୨୫ଜଣ ସୁସ୍ଥ ହୋଇଥିବା ବେଳେ ଏବେ ମଧ୍ୟ ୬୨୫ଜଣ ଆକ୍ରାନ୍ତ ଚିକିତ୍ସିତ ବା ଆଇସୋଲେସନ୍ ରେ ରହିଛନ୍ତି । ଜିଲ୍ଲାର ଓଡ଼ପଡା, ଗଁନ୍ଦିଆ ବ୍ଲକ,  ଭୁବନ ଏନଏସି ଓ ଢେଙ୍କାନାଳ ପୋୖରାଞ୍ଚଳରେ ସଂକ୍ରମଣ ଆକାଶ ଛୁଆଁ ହୋଇଛି ।  ଏହି ଅଂଚଳ ଗୁଡିକ ଜିଲ୍ଲାପାଇଁ  ହଟ୍ ଜୋନ ପାଲଟିଯାଇଛି ।  ଫଳରେ ଜିଲ୍ଲାରେ ପୂର୍ବ ପରି ଅମାନିଆ ମାନଙ୍କୁ ଲଗାମ ଦେଇ ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ବୁଦ୍ଧିଜୀବୀ  ଅନୁରୋଧ କରୁଛନ୍ତି।

ଏପରିକି ଜିଲ୍ଲାରେ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ,ବ୍ଲକ ଓ ଏନଏସି କାର୍ଯ୍ୟାଳୟ ଏହି ମହମାରୀ ସଂକ୍ରମଣ କୋପରୁ ବାଦ ପଡିନି । କୋର୍ଟ କଚେରୀ ଠାରୁ ଆରମ୍ଭ କରି ପ୍ରାୟ ସରକାରୀ ଅଫିସ କଣ୍ଟେନମେଣ୍ଟ ସାଙ୍ଗକୁ ଜନସାଧରଣଙ୍କ ପ୍ରବେଶ ମନା କରିଦେଇ ଚୁପ ବସିପଡିଛି ଜିଲ୍ଲା ପ୍ରଶାସନ । ଏହାସତ୍ୱେ କମିବା ବଦଳରେ ସଂକ୍ରମଣ ବଢି ବଢି ଚାଲିଛି । ଏପରିସ୍ଥଳେ ପ୍ରଶାସନ ପକ୍ଷରୁ କଡା କଟକଣା ଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରାନଗଲେ ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲା  ରାଜ୍ୟରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ରେକର୍ଡ କରିବାରେ ଯଥେଷ୍ଟ ସମ୍ଭାବନା ରହିଛି । 

   Related Posts