Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ବସ୍ତି ଅପେକ୍ଷା କଲୋନୀରୁ ଅଧିକ , ୩ ଦିନରେ ବସ୍ତିରୁ ୨୭, କଲୋନିରୁ ୩୭୮ ସଂକ୍ରମିତ ଚିହ୍ନଟ

11/08/2020 at 7:51 AM

ଭୁବନେଶ୍ୱର ୧୧।୦୮ : କାୟା ମେଲାଇଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ୱରର ବସ୍ତିମାନଙ୍କ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଥିବା ବେଳେ ଏବେ କଲୋନିରେ କରୋନା ବିପଦ ବୁଲୁଛି । ଗତ ୩ ଦିନରେ ରାଜଧାନୀରେ ବସ୍ତି ଅଞ୍ଚଳରୁ ୨୭ କରୋନା ସଂକ୍ରମିତ ଠାବ ହୋଇଛନ୍ତି । କିନ୍ତୁ କଲୋନି(ଅଣ ବସ୍ତି)ରୁ ୩୭୮ଜଣ ଆକ୍ରାନ୍ତ ଧରାପଡ଼ିଲେଣି । ଏହାକୁ ନେଇ ରାଜଧାନୀର କଲୋନିବାସୀଙ୍କ ଛାତି ଧଡଧଡ୍‌ ହୋଇଛି । ଆଇଆରସି ଭିଲେଜ ଓଏମ୍‌ସି କଲୋନି, ଭିଆଇପି କଲୋନି, ସହିଦନଗର, ସୂର୍ଯ୍ୟନଗର ଭଳି ଭିଆଇପି ଅଞ୍ଚଳରେ କରୋନା ମାଡ଼ିଚାଲିଛି । କଲୋନି ଅଞ୍ଚଳରୁ ଆଜି ସୁଦ୍ଧା ୧୨୧୬ଜଣ ଆକ୍ରାନ୍ତ ବାହାରିଲେଣି ।

ଗତ କିଛି ଦିନ ଭିତରେ ୟୁନିଟ୍‌-୯, ନୂଆପଲ୍ଲୀ ଅଞ୍ଚଳ, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଳାଶପଲ୍ଲୀ, ପୁରୁଣା ଭୁବନେଶ୍ୱର, କଳିଙ୍ଗବିହାର, ଲକ୍ଷ୍ମୀସାଗର, ଭିଏସଏସ୍‌ନଗର, ସାମନ୍ତରାପୁର, ରେଣ୍ଟାଲ କଲୋନି, ବମିଖାଲ, ବରମୁଣ୍ଡା, ପୋଖରୀପୁଟ, ଗଙ୍ଗନଗର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ଚିନ୍ତାମଣୀଶ୍ୱର ଓ ପ୍ରଶାନ୍ତିବିହାର ଅଞ୍ଚଳରୁ କରୋନା ସଂକ୍ରମିତ ବାହାରିଛନ୍ତି । ରାଜଧାନୀର ୮ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଆଜି ସୁସ୍ଥ ହୋଇଛନ୍ତି । ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଆକ୍ରାନ୍ତ ବି ବାହାରିଛନ୍ତି । ସୁସ୍ଥ ତାଲିକାରେ ୯ଜଣ ପୁଲିସ କର୍ମଚାରୀ ବି ଅଛନ୍ତି ।

   Related Posts