Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଜଣେ ଆଇଏଏସ୍‌ଙ୍କ ସହ ସଚ୍ଚିବାଳୟରୁ ୩ କୋଭିଡ଼ ସଂକ୍ରମିତ, ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରୁ ୧୮ କରୋନା ପଜିଟିଭ୍ ଚିହ୍ନଟ

12/08/2020 at 9:38 AM

ଭୁବନେଶ୍ୱର ୧୨।୦୮: ରାଜଧାନୀର ଏକ ନାମୀ ପଞ୍ଚତାରକା ହୋଟେଲରୁ ୧୮ଜଣ ସଂକ୍ରମିତ ବାହାରିଛନ୍ତି । ଏମାନେ ସମସ୍ତେ ହୋଟେଲର କର୍ମଚାରୀ । ପୁଣି ସ୍ୱାସ୍ଥ୍ୟ ବିଭାଗର ଜଣେ ମହିଳା ଆଇଏଏସ୍‌ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସୂତ୍ରରୁ ଜଣାପଡ଼ିଛି । ତାଙ୍କ ସମେତ ବିଭାଗର ୩ଜଣ ଅଧିକାରୀ ସଂକ୍ରମିତ ହୋଇଛନ୍ତି ।ଏହି ଆଇଏଏସ୍‌ ଅଫିସରଙ୍କ କୌଣସି ଲକ୍ଷଣ ନଥିବାରୁ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି । ସେ ୟୁନିଟ୍‌-୧ ଅଞ୍ଚଳରେ ଥିବା ନିଜ ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି । ସେହିଭଳି ବିଏମ୍‌ସି ଉତ୍ତର ଜୋନ୍‌ ଅଫିସ୍‌ରୁ ଆଉ ଜଣେ କର୍ମଚାରୀ ପଜିଟିଭ୍‌ ବାହାରିଛନ୍ତି । ସେ ଜଣେ ଶିକ୍ଷକ । କୋଭିଡ୍‌ ଡ୍ୟୁଟିରେ ତାଙ୍କୁ ବିଏମ୍‌ସି ଜୋନ୍‌ ଅଫିସରେ ନିୟୋଜିତ କରାଯାଇଥିଲା ।

କିଛି ଦିନ ତଳେ ଜୋନ୍‌ର ଜଣେ ୱାର୍ଡ ଅଫିସରଙ୍କ ନମୁନା ପଜିଟିଭ୍‌ ଆସିଥିଲା । ୨୧ଜଣ ୱାର୍ଡ ଅଫିସରଙ୍କ ସହ ଉତ୍ତର ଜୋନ୍‌ରେ କାମ କରୁଥିବା ଅନେକ କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିପାଇଁ ଆଜି ଜୋନ୍‌ ଅଫିସ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ପରୀକ୍ଷା ଶିବିର ହୋଇଥିଲା । ଏଥିରେ ଜୋନ୍‌ର ସମସ୍ତ କର୍ମଚାରୀ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରାଇଥିଲେ । ପରୀକ୍ଷା ରିପୋର୍ଟରୁ ଏହି ଜଣଙ୍କ ନମୁନା ପଜିଟିଭ୍‌ ଆସିଛି । ଏହାକୁ ନେଇ ଜୋନ୍‌ କର୍ମଚାରୀଙ୍କ ଭିତରେ ଭୟ ବଢିଛି । ଜୋନ୍‌ ଅଫିସ୍‌ କର୍ମଚାରୀଙ୍କ ସହ ଏକ ପଞ୍ଚତାରକା ହୋଟେଲର କର୍ମଚାରୀମାନେ ଏହି ପରୀକ୍ଷା ଶିବିରରେ ନମୁନା ଦେଇଥିଲେ । ଆଣ୍ଟିଜେନ୍‌ ପରୀକ୍ଷା ରିପୋର୍ଟରୁ ହୋଟେଲର ୧୮ଜଣ ସଂକ୍ରମିତ ହୋଇଥିବା ବିଏମ୍‌ସି ସୂତ୍ରରୁ ସୂଚନା ମିଳିଛି । ହୋଟେଲକୁ ତୁରନ୍ତ ସିଲ୍‌ କରିବାକୁ ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି । ମଙ୍ଗଳବାର ରାଜଧାନୀରୁ ଆଉ ୧୦୯ଜଣ ନୂଆ ସଂକ୍ରମିତ ବାହାରିଛନ୍ତି । ଏଥିରୁ ୬୦ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୪୯ଜଣ ସ୍ଥାନୀୟ ସଂକ୍ରମିତ । ତେବେ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୧୭୧ରେ ପହଞ୍ଚିଛି ।

ପୁରୁଣା ଭୁବନେଶ୍ୱର ରାମେଶ୍ୱରପାଟଣାରୁ ୪ଜଣ, ନୂଆ ଫରେଷ୍ଟ ପାର୍କରୁ ୪, ୟୁନିଟ୍‌-୮ରୁ ୪, ସୁନ୍ଦରପଦାରୁ ୩, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ୩, ଜିଜିପି କଲୋନୀରୁ ୨, ସାଲିଆ ସାହିରୁ ୨, ଜୟଦେବ ବିହାରରୁ ୨, ଡେଲ୍‌ଟା ଛକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଡଗଡ ଅଞ୍ଚଳରୁ ୪, ପଟିଆ ତ୍ରିଷ୍ଣା ଏନକ୍ଲେଭ୍‌ ପାଖରୁ ୨, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ୨, ବୁଦେ୍ଧଶ୍ୱରୀ କଲୋନୀରୁ ୨, କାନନ ବିହାର ଫେଜ୍‌-୨ରୁ ୨ଜଣ ସଂକ୍ରମିତ ବାହାରିଛନ୍ତି । ମଙ୍ଗଳବାର ରାଜଧାନୀରୁ ୧୩୪ଜଣ ସୁସ୍ଥ ହୋଇଛନ୍ତି । ସହରରୁ ବର୍ତ୍ତମାନ ସୁଦ୍ଧା ମୋଟ ୨୮୦୭ଜଣ ସୁସ୍ଥ ହେଲେଣି । କରୋନାରେ ପଜିଟିଭ୍‌ ବାହାରିଥିବା ଜଣେ ରୋଗୀ ଅନ୍ୟ କାରଣରୁ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜଧାନୀରୁ କରୋନାରେ ଆକ୍ରାନ୍ତ ୨୨ଜଣ ଏବେସୁଦ୍ଧା ଆଖି ବୁଜିଲେଣି । ସହରରେ ଏବେ ୧୩୩୯ଜଣ ସକ୍ରିୟ ରୋଗୀ ଅଛନ୍ତି ।

   Related Posts