ଭୁବନେଶ୍ୱରରେ ବଢି ଚାଲିଛି କରୋନା : ୧୦ ଦିନରେ ୧୨୬୨ ପଜିଟିଭ୍, ଟେଷ୍ଟ ବଢିଥିଲେ ବି ଲୋକ ଆସୁନଥିବା କହିଲେ କମିଶନର

Published By : Prameya-News7 Bureau | August 08, 2020 IST

ଭୁବନେଶ୍ୱର, ୦୮|୦୮:  ଭୁବନେଶ୍ୱରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଡିବାରେ ଲାଗିଛି । ଗତ ୧୦ ଦିନରେ ୧୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ଟେଷ୍ଟ ବୃଦ୍ଧି କରାଯାଇଛି । କିନ୍ତୁ କେତେକ ସ୍ଥାନରେ ଲୋକମାନେ ଟେଷ୍ଟ କରିବାକୁ ଆସୁନଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।

ବିଏମସି କମିଶନର କହିଛନ୍ତି ଯେ, କରୋନାକୁ ହରାଇବାକୁ ହେଲେ ଆଗକୁ ଆସିବାକୁ ହେବ । ଏଥିପାଇଁ ଲୋକମାନେ ଟେଷ୍ଟ କରନ୍ତୁ । କିଛି ଲୋକ ଟେଷ୍ଟ କରିବାକୁ କୁଣ୍ଠାବୋଧ କରୁଛନ୍ତି । ରାଜଧାନୀରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଡିବାରେ ଲାଗିଛି । ଗତ ୧୦ ଦିନରେ ୧୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ୍ ଆଇସୋଲେସନରେ ୫୧୫ ଜଣ ରହିଛନ୍ତି । ତେବେ କରୋନା ଟେଷ୍ଟ ବୃଦ୍ଧି କରାଯାଇଛି । ଆକ୍ରାନ୍ତ ଚିହ୍ନଟ ହେଲେ ସଙ୍ଗେସଙ୍ଗେ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରାଯାଉଛି । ଏପରିକି ଫୋନ୍ ଯୋଗେ ରୋଗୀଙ୍କ ମତାମତ ଗ୍ରହଣ କରାଯାଉଛି । କଣ୍ଟାକ୍ଟ ଟ୍ରେସିଂରେ ନାଁ ଆସିଲେ ଆଇସୋଲେସନରେ ରଖାଯାଉଛି ।

ସେ ଆହୁରି କହିଛନ୍ତି ଯେ, ରାଜଧାନୀରେ ସୁସ୍ଥ ହାର ୬୩ ପ୍ରତିଶତ ରହିଛି । କିନ୍ତୁ କେତେକ ସ୍ଥାନରେ ଲୋକମାନେ ସାମାଜିକ ଦୂରତା ପାଳନ କରୁନାହାଁନ୍ତି । ବଜାର ହାଟରେ ଏହା ଅଧିକ ଦେଖିବାକୁ ମିଳୁଛି । କୋଭିଡ୍ ନିୟମକୁ ସମସ୍ତେ ଅନୁସରଣ କରିବା ଉଚିତ । ନିଜ ଉପରେ ଧ୍ୟାନ ଦେଲେ ସ୍ଥିତିରେ ସୁଧାର ଆସିବ ।  ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନନ୍ତୁ ବୋଲି କମିଶନର ପରାମର୍ଶ ଦେଇଛନ୍ତି । ଏପରିକି ବୟସ୍କମାନେ ଏଥିପ୍ରତି ସଜାଗ ରହିବାକୁ ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.