Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରଙ୍ଗ : ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ : ଅନଲାଇନ୍‌ରେ ନନ୍ଦନକାନନରେ ହେଉଛି ପାଳିତ
  • ||
  • କେନ୍ଦ୍ରାପଡା : ମହାକାଳପଡା ଅଞ୍ଚଳରେ ଦେଖାଗଲା ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ
  • ||
  • କଳାହାଣ୍ଡି : ନାବାଳକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ବଡ ଭାଇକୁ ତୀର ମାଡ
  • ||
  • ତେଲକୋଇ : ଫ୍ରି ଫାୟାର ଗେମ୍ ନେଲା ଜୀବନ, ଗୁରୁତର ଥିବା ଛାତ୍ରଙ୍କ ମୃତ୍ୟୁ
  • ||
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • କାମାକ୍ଷାନଗର : ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, ପ୍ରାଣ ହରାଇଲେ ୨ ମାସର ଶିଶୁ କନ୍ୟା
  • ||
  • ସମ୍ବଲପୁର :ବନ୍ଦ ହେଲା ହୀରକୁଦ ଜଳଭଣ୍ଡାରର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||

ଗାଁ ବୁଲିଲେ ଏସ୍‌ପି: ଲୋକମାନଙ୍କୁ ବାଣ୍ଟିଲେ କରୋନା ସଚେତନତାର ବାର୍ତ୍ତା

7/08/2020 at 12:55 PM

ଝାରସୁଗୁଡା୭/୮: କରୋନା ନିୟନ୍ତ୍ରଣ ପାଇଁ ଗାଁକୁ ଚାଲିଲେ ଝାରସୁଗୁଡା ଏସ୍‌ପି। ଝାରସୁଗୁଡା ଏସପି ରାହୁଲ ପି.ଆର ଆଜି ଝାରସୁଗୁଡା ସଦର ବ୍ଲକର ପତ୍ରାପାଲି ଓ ମଲଦା ପଞ୍ଚାୟତରେ ପହଁଞ୍ଚି ଲୋକମାନଙ୍କୁ କରୋନା ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ। ଗାଁର ଗରିବ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ଏହାର ବ୍ୟବହାର କରିବାର ନିୟମ ବୁଝାଇଥିଲେ। ଝାରସୁଗୁଡା ଏକ ଶିଳ୍ପାଞ୍ଚଳ ହୋଇ ଥିବାରୁ ବାହାରୁ ଲୋକେ ଆସି କୌଣସି ଗାଁରେ ଯେପରି ଲୁଚି ଛପି ନ ରହିବେ ସେଥିପାଇଁ ଗ୍ରାମବାସୀମାନେ ଯତ୍ନବାନ ହେବା ସହ ତୁରନ୍ତ ସେମାନଙ୍କ ବିଷୟରେ ପ୍ରଶାସନକୁ ସୂଚନା ଦେବାକୁ ପ୍ରବର୍ତ୍ତାଇ ଥିଲେ।

ଏସପିଙ୍କୁ ନିଜ ଗାଁରେ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିବା ସହ କରୋନା ଲଢ଼େଇରେ ଜଣେ ସୈନିକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏସପି ରାହୁଲ ପିଆରଙ୍କ ସହ ଏସ୍‌ଡିପିଓ କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡାଙ୍କ ସହ ପତ୍ରପାଲି ସରପଞ୍ଚ ଦିଲୀପ ସାହୁ ଓ ମଲଦା ସରପଞ୍ଚ ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

   Related Posts