Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୧୦୦ ଦିନ ଯାଏଁ ରହିପାରେ କରୋନାର ଦ୍ୱିତୀୟ ଲହର, ୭୦ % ଟିକାକରଣ ଜରୁରୀ

17/04/2021 at 8:58 AM

ନୂଆଦିଲ୍ଲୀ,୧୭/୦୪: ଭାରତରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ପ୍ରତିଦିନ ହୁହୁ ହୋଇ ବଢୁଛି । ଦୈନିକ ୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେବେ କେତେଦିନ କରୋନାର ଦ୍ୱିତୀୟ ଲହର ଜାରି ରହିବ ଓ ପଜିଟିଭ୍ ଏବଂ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଇବ ତାକୁ ନେଇ ସମସ୍ତେ ଚିନ୍ତିତ । ଦକ୍ଷିଣ ପୂର୍ବ ଦିଲ୍ଲୀ ପୋଲିସ ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ଦ୍ୱିତୀୟ ଲହର ୧୦୦ ଦିନ ଯାଏଁ ରହିବ ବୋଲି କୁହାଯାଇଛି । ଏହାସହ ଏପରି ଲହରୀ ଆସିରହିବ ବୋଲି ସେ କହିଛନ୍ତି ।

ରିପୋର୍ଟ ଅନୁସାରେ, ହାର୍ଡ ଇମ୍ୟୁନିଟି ସଂକ୍ରମଣ ରୋଗ ବିରୋଧରେ ରକ୍ଷା କରିଥାଏ । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଅଧିକାଂଶ ଲୋକ ଟିକା ନେଇଥିବେ କିମ୍ବା ସଂକ୍ରମଣରୁ ସୁସ୍ଥ ହୋଇଥିବେ । ଏହି ଶ୍ରେଣୀରେ ଆସୁଥିବା ବ୍ୟକ୍ତିଙ୍କ ଶରୀରରେ ହାର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥାଏ । ଡାକ୍ତର ନୀରଜ କୌଶିକ କହିଛନ୍ତି ଯେ, ଭାଇରସର ନୂଆ ଷ୍ଟ୍ରେନ୍ ଟିକାର ପ୍ରଭାବ କିମ୍ବା ଆଣ୍ଟିବଡିର ପ୍ରଭାବ କମ୍ କରିବାକୁ କ୍ଷମତା ରଖିଥାଏ ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଟିକା ନେଇ ସାରିଛନ୍ତି ସେମାନେ ପୁଣି ସଂକ୍ରମଣ ହେବାର କ୍ଷମତା ରଖିଛନ୍ତି । ମ୍ୟୁଟେଡ୍ ଭାଇରସ୍ ଏତେ ପରିମାଣରେ ସଂକ୍ରାମକ ଯେ ଜଣେ ସଦସ୍ୟ ସଂକ୍ରମିତ ହେଲେ ପୁରା ପରିବାର ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହା ଶିଶୁଙ୍କ ଉପରେ ମଧ୍ୟ ଅଧିକ ପ୍ରଭାବ ପକାଉଛି । ନିୟମିତ ଆରଟିପିସିଆର ଟେଷ୍ଟ ମ୍ୟୁଟେଡ୍ ଭାଇରସକୁ ସଦାବେଳେ ଚିହ୍ନଟ କରିପାରିବ ନାହିଁ । ଆଘ୍ରାଣ ଶକ୍ତି ହରାଇବା ଏହାର ଏଖ ବଡ ସଙ୍କେତ ଅଟେ । ଏଥିରୁ ବ୍ୟକ୍ତି କରୋନା ସଂକ୍ରମିତ ବୋଲି ଜଣା ପଡିବ ।

ଭାଇରସର ଦ୍ୱିତୀୟ ଲହର ୧୦୦ ଦିନ ଯାଏଁ ରହିପାରେ । ୭୦ ପ୍ରତିଶତ ଲୋକେ ଟିକା ନନେବା ଯାଏଁ ଏପରି ଲହର ଆସି ଚାଲିଥିବ । ଏଥିପାଇଁ ମାସ୍କ ଲଗାଇବା ଜରୁରୀ ବୋଲି ସେ କହିଛନ୍ତି ।

   Related Posts