Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଘାତକ ସାଜିଛି କରୋନାର ଦ୍ବିତୀୟ ଲହର, ବିହାରରେ ସର୍ବାଧିକ ୭୮ ଡାକ୍ତରଙ୍କ ଜୀବନ ନେଲାଣି କରୋନା

21/05/2021 at 10:21 PM

ପାଟନା ୨୧/୫: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ସଂକ୍ରମଣରେ ଏବେ ସୁଦ୍ଧା ୨୭୦ ଜଣ ଡାକ୍ତର ଜୀବନ ହରାଇଲେଣି। ଭାରତୀୟ ଚିକିତ୍ସକ ସଂଘ (ଆଇଏଏମ) ଅନୁସାରେ ବିହାରରେ ସର୍ବାଧିକ ୭୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏହା ପରେ ଉତ୍ତରପ୍ରଦେଶରେ ୩୭ ଜଣ, ଦିଲ୍ଲୀରେ ୨୯ ଏବଂ ଆନ୍ଧ୍ରପ୍ରଦେଶରେ ୨୨ ଡାକ୍ତରଙ୍କ ଜୀବନ ଯାଇଛି।

ଆଇଏଏମ ପକ୍ଷରୁ ଜାରି କରାଯାଇଥିବା ଲିଷ୍ଟରେ ଆଇଏଏମର ପୂର୍ବତନ ଅଧ୍ୟକ୍ଷ ଡାକ୍ତର କେକେ ଅଗ୍ରଓ୍ବାଲଙ୍କ ନାମ ମଧ୍ୟ ସାମିଲ ଅଛି। କରୋନା ସଂକ୍ରମିତ ଅଗ୍ରଓ୍ବାଲଙ୍କ ସୋମବାର ନିଧନ ହୋଇଯାଇଛି। ବୈଶ୍ବିକ ମହାମାରୀର ପ୍ରଥମ ଲହରରେ ୭୪୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା। ଆଇଏଏମ ଅଧ୍ୟକ୍ଷ ଡାକ୍ତର ଜେଏ ଜୟାଲାଲ କହିଛନ୍ତି, ‘ଗତବର୍ଷ ଭାରତରେ କୋଭିଡ୍‌ରେ ୭୪୮ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା ଏବଂ ଏବେ ଏତେ କମ୍‌ ସମୟରେ ୨୭୦ ଡାକ୍ତରଙ୍କୁ ହରାଇଛୁ। ବିଶ୍ବ ମହାମାରୀର ଦ୍ବିତୀୟ ଲହର ସମସ୍ତଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଛି। ବିଶେଷ କରି ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ । ଯେଉଁମାନେ ଆଗଧାଡ଼ିରେ ମୁତୟନ ଅଛନ୍ତି।’

ଆଇଏଏମ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କରୋନାର ଦ୍ବିତୀୟ ଲହରରେ ଆନ୍ଧ୍ରପ୍ରଦେଶରେ ୨୨, ଆସାମରେ ୩,  ଛତିଶଗଡ଼ରେ ୩, ଦିଲ୍ଲୀରେ ୨୮, ଗୁଜୁରାଟରେ ୨, ଗୋଆରେ ୧, ହରିୟାଣାରେ ୨, ଜାମ୍ମୁକାଶ୍ମୀରରେ ୩, କର୍ଣ୍ଣାଟକରେ ୮, କେରଳରେ ୩, ମଧ୍ୟପ୍ରଦେଶରେ ୫, ମହାରାଷ୍ଟ୍ରରେ ୧୪, ଓଡ଼ିଶାରେ ୧୦, ପୁଡୁଚେରୀରେ ୧, ତାମିଲନାଡୁରେ ୧୧, ତେଲେଙ୍ଗାନାରେ ୧୯, ତ୍ରିପୁରାରେ ୨, ଉତ୍ତରାଖଣ୍ଡରେ ୨, ପଶ୍ଚିମବଙ୍ଗରେ ୧୪ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି।  

   Related Posts