କରୋନା ଭୟ : ସିକ୍କିମରେ ବିଦେଶୀ ପର୍ଯ୍ୟଟକଙ୍କୁ ନୋ-ଏଣ୍ଟ୍ରି

Published By : Prameya-News7 Bureau | March 06, 2020 IST

ଗ୍ୟାଙ୍ଗଟକ୍ ୬।୩: କରୋନା ଭାଇରସରୁ ରକ୍ଷା କରିବା ପାଇଁ ସିକ୍କିମ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଯାତ୍ରୀ, ଟୁର୍ ଅପରେଟର୍ସ ଏବଂ ହୋଟେଲ ମଧ୍ୟରେ ଭୟର ବାତ୍ତାବରଣ ରହିଛି । କାରଣ ଏଥିପାଇଁ ଦାର୍ଜିଲିଂର ବୁକିଂ ମଧ୍ୟ ବାତିଲ ହୋଇପାରେ | ଚୀନ୍ ସୀମା ନିକଟରେ ଥିବା ନାଥୁ ଲା ପରିଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।

{"id":233652,"sizeSlug":"large"}

ଅନ୍ୟପଟେ କ୍ଲବସାଇଡ୍ ଟୁର୍ ଆଣ୍ଡ ଟ୍ରାଭେଲର ମାଲିକ ଅମିତ ପେରିୱାଲ କହିଛନ୍ତି, ‘ଦାର୍ଜିଲିଂ ଏବଂ ସିକ୍କିମରେ ଇଣ୍ଟର ଲିଙ୍କଡ୍ ପର୍ଯ୍ୟଟନସ୍ଥଳୀ ଅଛି । ବିଦେଶୀ ଯାତ୍ରୀମାନେ ସିକ୍କିମରେ ସାଢେ ଚାରି ଦିନ ଏବଂ ଅଢେଇ ଦିନ ଦାର୍ଜିଲିଂରେ ରୁହନ୍ତି | ସେମାନେ ଆଉ ସିକ୍କିମକୁ ଆସିପାରିବେ ନାହିଁ । ସେମାନଙ୍କୁ ବର୍ତ୍ତମାନ ଦାର୍ଜିଲିଂ ଯାତ୍ରା ମଧ୍ୟ ବାତିଲ କରିବାକୁ ପଡିପାରେ । ସେମାନେ ଏବେ ସପ୍ତାହେ ଛୁଟି ପାଇଁ ଅନ୍ୟ କୌଣସି ସ୍ଥାନକୁ ଯିବେ।’ ସେ ଆମେରିକା ଏବଂ ୟୁରୋପରେ ନିଜ ଗ୍ରାହକମାନଙ୍କୁ ସରକାରଙ୍କ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି ।

{"id":233653,"sizeSlug":"large"}

ଅନ୍ୟପଟେ ସିକ୍କିମ ସରକାର କହିଛନ୍ତି ଯେ, ଏହା ପର୍ଯ୍ୟଟନ ଉପରେ ପ୍ରଭାବ ପକାଇବ କିନ୍ତୁ ସୁରକ୍ଷା ପ୍ରଥମ ପ୍ରାଥମିକତା । ଗୃହ ବିଭାଗ ଗୁରୁବାର ଦିନ ଇଣ୍ଟର ଲାଇନ୍ ପରମିଟ୍ ଉପରେ ଏକ ରୋକ୍ ଲଗାଉଥିବା ଏକ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରତିବନ୍ଧକ ଭୁଟାନର ନାଗରିକଙ୍କ ପାଇଁ ମଧ୍ୟ ଲାଗୁ ହେବ। ବିଜ୍ଞପ୍ତିର କିଛି ଘଣ୍ଟା ପରେ, ଅଷ୍ଟ୍ରେଲିୟ ଗ୍ରୁପ୍ ଯେଉଁମାନେ ୨୮ ମାର୍ଚ୍ଚରେ ଏହି ଅଞ୍ଚଳ ପରିଦର୍ଶନ କରିବାକୁ ସ୍ଥିର କରିଥିଲେ, ବ୍ଲୁ ଲାଇନ୍ ଟୁର୍ ଆଣ୍ଡ ଟ୍ରାଭେଲକୁ ବୁକିଂ ବାତିଲ କରିବାକୁ ଏକ ଅନୁରୋଧ କରିଛନ୍ତି | ଟ୍ରାଭେଲ କମ୍ପାନୀର ମାଲିକ ପ୍ରଦୀପ ଲାମା କହିଛନ୍ତି ଯେ, ‘ମୁଁ ଭୟ କରୁଛି ଯେ ଏହିପରି ଅନେକ ବୁକିଂ ବାତିଲ ହୋଇଯିବ।’

{"id":233654,"sizeSlug":"large"}

ଦାର୍ଜିଲିଂ ଯାତ୍ରା କରୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୮ ପ୍ରତିଶତ ବିଦେଶୀ ଅଟନ୍ତି। ଏଥିମଧ୍ୟରେ ଆମେରିକୀୟ, ୟୁରୋପୀୟ ନାଗରିକଙ୍କ ବ୍ୟତୀତ ଚୀନ୍ ଏବଂ ଜାପାନୀ ନାଗରିକ ମଧ୍ୟ ସାମିଲ ଅଛନ୍ତି ଯେଉଁମାନେ ସିକ୍କିମ୍ ଏବଂ ଉତ୍ତର ବେଙ୍ଗଲକୁ ଆସିଥାନ୍ତି । ଚୀନ୍ ଏବଂ ଜାପାନ ନାଗରିକଙ୍କୁ ଭାରତରେ ପ୍ରବେଶ ଉପରେ ନିଷେଧ କରାଯାଇଥିବାବେଳେ ସିକ୍କିମ୍ ସରକାରଙ୍କ ନିଷ୍ପତ୍ତି ନା କେବଳ ଦାର୍ଜିଲିଂ ହୋଟେଲ ଉପରେ ପ୍ରଭାବ ପକାଇ ବରଂ ଏହା କୋଲକାତା ତଥା ଦେଶର ଅନ୍ୟାନ୍ୟ ଅଞ୍ଚଳର ପର୍ଯ୍ୟଟନ ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପକାଇବ।

{"id":233655,"sizeSlug":"large"}

ଟ୍ରାଭେଲ ଏଜେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ (ପୂର୍ବ) ଅନିଲ ପଞ୍ଜାବୀ କହିଛନ୍ତି ଯେ, ‘ବିଦେଶ ଯାତ୍ରା ପ୍ରଭାବିତ ହେବା କାରଣରୁ ଆମେ ବିଦେଶୀ ନାଗରିକଙ୍କୁ ଭାରତ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛୁ । କାରଣ ଏହା କରୋନା ଭାଇରସ୍ ଠାରୁ ମୁକ୍ତ ରହିଛି। କିନ୍ତୁ କେରଳ ପରେ ପରେ ଦିଲ୍ଲୀ ଏବଂ ଆଗ୍ରାରେ ସଂକ୍ରମିତ ଚିହ୍ନଟ ହେବା ପରେ ପର୍ଯ୍ୟଟକ ପଳାଇଛନ୍ତି। ବର୍ତ୍ତମାନ, ସିକ୍କିମରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯିବା ପରେ ଭାରତର ପର୍ଯ୍ୟଟନ ବ୍ୟବସାୟ ପ୍ରଭାବିତ ହେବ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.