କରୋନା ରିଟର୍ଣ୍ଣସ୍: କୋଭିଡ-୧୯ରୁ ସୁସ୍ଥ ହେବାର ୪୫ ଦିନ ପରେ ପୁଣି ଡାକ୍ତର ସଂକ୍ରମିତ

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ, ୧୭।୦୭: ସୁସ୍ଥ ହେବା ପରେ ପରେ ମଧ୍ୟ ପୁଣି ଥରେ ସଂକ୍ରମିତ ହେଉଛନ୍ତି କରୋନା ଆକ୍ରାନ୍ତ । ଦିଲ୍ଲୀ ଗୌତମବୁଦ୍ଧ ନଗରର ଜଣେ ଡାକ୍ତରଙ୍କଠାରେ ଏହା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଏହି ଡାକ୍ତରଜଣଙ୍କ ଗତ ମେ ୧୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କର ଚିକିତ୍ସା କରାଯାଇଥିଲା । ପରେ ସେ ସୁସ୍ଥ ହୋଇ ମେ ୩୦ ତାରିଖରେ ଘରକୁ ଫେରିଥିଲେ । ତାଙ୍କର କରୋନା ଟେଷ୍ଟ ଦୁଇଥର ନେଗେଟିଭ୍ ଆସିଥିଲା । କିନ୍ତୁ ସୁସ୍ଥ ହେବାର ୨ ସପ୍ତାହ ପରେ ତାଙ୍କୁ ଚିଡାପଣ ଲାଗିଥିଲା । ତେବେ ଅନ୍ୟ କୌଣସି କରୋନା ଲକ୍ଷଣ ତାଙ୍କ ଶରୀରରେ ଦେଖାଯାଇନଥିଲା ।

ଏହାଜାଣିବା ପରେ ତାଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଏଥିରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ଜୁନ ୨୭ ତାରିଖରେ ଦ୍ୱିତୀୟ ଥର ଲ୍ୟାବ୍ ଟେଷ୍ଟରେ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ବିଶେଷଜ୍ଞଙ୍କ କହିବାନୁସାରେ, ଜଣେ ବ୍ୟକ୍ତିଙ୍କୁ ଦ୍ୱିତୀୟ ଥର କରୋନା ହେବାର ସମ୍ଭାବନା କମ୍ । କାରଣ ଥରେ କରୋନାରୁ ସୁସ୍ଥ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ଦିଲ୍ଲୀର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ, ଏହି ମାମଲାରେ ବୋଧହୁଏ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ । ତେଣୁ ତାଙ୍କଠାରେ ପୁଣି କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.