Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଚୀନ୍‌କୁ ପୁଣି ଫେରିଲା କରୋନା ଭୟ, ବେଜିଂରେ ଜିମ୍ ଏବଂ ସୁଇମିଂ ପୁଲ୍ ବନ୍ଦ

26/04/2020 at 3:54 PM

ବେଜିଂ ୨୬।୪: କରୋନା ଭାଇରସ୍ ଚୀନ ଉହାନ ସହରରୁ ଉତ୍ପନ୍ନ ହୋଇଥିଲା । ଚୀନ୍ ରେ ୭୦ ଦିନରୁ ଅଧିକ ଦିନ ଧରି ଲକ୍ ଡାଉନ୍ କରାଯାଇଥିଲା । ଚୀନ୍ ଉହାନ ସମେତ ଅନେକ ସହରରୁ ଏହି ଲକ୍ ଡାଉନ୍ ହଟାଇ ଭାଇରସ୍ ନିୟନ୍ତ୍ରଣ କରିଥିବା ଦାବି କରିଥିଲା । ଏହାପରେ ବହୁ ସଂଖ୍ୟକ ଲୋକ ସର୍ବସାଧାରଣ ସ୍ଥାନରେ ବୁଲାବୁଲି କରିବା ଆରମ୍ଭ କରିଥିଲେ । ଏବେ ପୁଣି ଥରେ ଚୀନ୍ ରେ କରୋନା ବିସ୍ତାର ହେବା ଆରମ୍ଭ ହେଲାଣି ।

କରୋନା ଭାଇରସ୍ ଉପରେ ଚୀନ୍ ନିୟନ୍ତ୍ରଣ ଦାବି ବର୍ତ୍ତମାନ ବିଫଳ ହେଉଛି । ପୁନର୍ବାର ସଂକ୍ରମଣ ବିସ୍ତାର ହେବା ପରେ ଚୀନ୍ ସରକାର ରାଜଧାନୀ ବେଜିଂରେ ଥିବା ସମସ୍ତ ଜିମ୍ ବନ୍ଦ କରିଦେଇଛନ୍ତି । ଚୀନରେ କରୋନା ସଂକ୍ରମଣ ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଭାବରେ ବିବେଚନା କରାଯାଉଛି । ଏହି ଭୟ ଯୋଗୁଁ ଚୀନ୍ ରାଜଧାନୀ ବେଜିଂରେ ଥିବା ଜିମ୍ ବ୍ୟତୀତ ସୁଇମିଂ ପୁଲ୍ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।

ଚୀନ୍‌ର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅଧିକାଂଶ କରୋନା ସଂକ୍ରିତ ହୋଇଛନ୍ତି । ଉତ୍ତର-ପଶ୍ଚିମ ଶାନକ୍ସି ପ୍ରଦେଶରେ ବିଦେଶରୁ ଫେରିଥିବା ୭ଜଣ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଏହି ସମସ୍ତ ଲୋକ ଋଷରୁ ନିଜ ଦେଶ ଚୀନକୁ ଫେରିଥିଲେ । ଏବେ ସାରା ସହରରେ ଲକ୍ ଡାଉନ୍ କରାଯାଇଛି । ଏହି ଲକ୍ ଡାଉନ୍ ଯୋଗୁଁ ପ୍ରାୟ ୧ କୋଟି ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ।

କରୋନା ଭାଇରସ୍ ପୁଣି ଥରେ ଚୀନ୍ କୁ ଫେରିବା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଏକ ଝଟକାରୁ କମ୍ ନୁହେଁ । ଚୀନ୍ ବର୍ତ୍ତମାନ ଦେଶର ଅର୍ଥନୀତିକୁ ପୁଣି ଥରେ ଆରମ୍ଭ କରିବା ଏବଂ ବିଶ୍ବର ଅନ୍ୟ ଦେଶରେ ଏହି ଭାଇରସ୍ କୁ ନେଇ ଏକ ସକାରାତ୍ମକ ଭାବମୂର୍ତ୍ତି ସ୍ଥାପନ କରିବାକୁ ଚେଷ୍ଟା କରୁଛି ।

ଗତ ବର୍ଷ ଡିସେମ୍ବର ମାସ ଶେଷରେ ଚୀନର ଉହାନ ସହରରେ ଏହି ଭାଇରସ୍ ସଂକ୍ରମଣ ଆରମ୍ଭ ହୋଇଥିଲା । ବେଜିଂ ଦାବି କରିଛି ଯେ ଚୀନ୍ ରେ ମୋଟ୍ ୮୨,୮୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅପ୍ରେଲ ୨୪ରେ ଏହି ଭାଇରସ୍ ସଂକ୍ରମଣରେ କାହାର ମୃତ୍ୟୁ ହୋଇନାହିଁ । ଚୀନ୍‌ର ଦାବି ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ହେଉଛି ୪,୬୩୨ ।

   Related Posts