କରୋନା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ କଟକଣା, ଜିଲ୍ଲା ବାହାରୁ ଆସୁଥିବା ଶବ ସତ୍କାର ଉପରେ ରୋକ୍

Published By : Prameya-News7 Bureau | July 08, 2020 IST

ପୁରୀ ୦୮।୦୭: ଆଜିଠୁ ପୁରୀ ସ୍ବର୍ଗଦ୍ବାରକୁ ଆସିବନି ବାହାର ଜିଲ୍ଲାର ଶବ । କରୋନା ସଂକ୍ରମଣ ରୋକିବା ପାଇଁ ପୁରୀ ଜିଲ୍ଲା ବାହାରର ଶବକୁ ସ୍ବର୍ଗଦ୍ବାରରେ ସତ୍କାର ଉପରେ ରୋକ ଲଗାଇଛି ପୁରୀ ଜିଲ୍ଲା ପ୍ରଶାସନ । ଶବାଧାର​ ସହିତ ବାହାର ଜିଲ୍ଲାରୁ ଲୋକମାନେ ଆସୁଥିବାରୁ ପୁରୀରେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ କିଛି ଦିନ ପାଇଁ କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

୧୫ ଦିନ ପାଇଁ ପୁରୀ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଅଫିସ୍ କୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । ଏହାଛଡ଼ା ପୁରୀ-ଜଗତସିଂପୁର, ପୁରୀ-କଟକ, ପୁରୀ-ବ୍ରହ୍ମପୁର, ପୁରୀ-ଭୁବନେଶ୍ବର, ପୁରୀ-ଖୋର୍ଦ୍ଧା ୫ଟି ରାସ୍ତାକୁ ନାକାବନ୍ଦୀ କରାଯାଇଛି । କୌଣସି ଜରୁରୀ କାମରେ ପୁରୀ ଯିବାକୁ ହେଲେ ନାକାବନ୍ଦୀ ମାଧ୍ୟମରେ ପୁରୀ କଣ୍ଟ୍ରୋଲ ରୁମ୍ ରୁ ଅନୁମତି ନେବାକୁ ପଡିବ । ଅନୁମତି ମିଳିଲେ ହିଁ ସାଧାରଣ ଲୋକେ ଆସିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.