Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀ ସ୍ୱର୍ଗଦ୍ୱାର କଟକଣା ମାସେ ବଢ଼ିଲା, ଜିଲ୍ଲା ବାହାରୁ ଆସୁଥିବା ଶବ ସତ୍କାର ଉପରେ ରୋକ୍ ଜାରି

2/09/2020 at 7:21 AM

ପୁରୀ ୦୨।୦୯: ପୁରୀ ସ୍ବର୍ଗଦ୍ବାର କଟକଣା ମାସେ ବଢ଼ିଲା । ସେପ୍ଟେମ୍ବର ୩୦ ଯାଏଁ କଟକଣା ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ରୋକିବାକୁ ପୂର୍ବରୁ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ସଂସ୍କାର କରିବା ବାରଣ କରାଯାଇଥିଲା । ଏଥିପାଇଁ ପୁରୀ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରୁ ଆସୁଥିବା ମୃତଦେହର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢ଼ାଇଛି ଜିଲ୍ଲା ପ୍ରଶାସନ ।

   Related Posts