Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ଗବେଷଣା: ଅଷ୍ଟ୍ରେଲିଆ ବୈଜ୍ଞାନିକ କଲେ ୨ଟି ଟୀକାର ପରୀକ୍ଷା

2/04/2020 at 4:06 PM

ନୂଆଦିଲ୍ଲୀ୨/୪: ସାରା ବିଶ୍ବରେ କରୋନାର ଆତଙ୍କ। ସେଥିରୁ ବାଦ ପଡି ନାହିଁ ଭାରତ। ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଆମେରିକାରେ କରୋନାର ତାଣ୍ଡବ ଉଗ୍ରରୂପ ଧାରଣ କରିଛି। ଆମେରିକାରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଟପି ଗଲାଣି। ଏଥିସହ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି। କରୋନା ଭଳି ଭୟଙ୍କର ଭାଇରସ୍‌ ଆକ୍ରାନ୍ତରେ ବିଶ୍ବରେ ୪୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଲକ୍ଷରୁ ଅଧିକ ଲୋକ କରୋନା ଆକ୍ରାନ୍ତରେ ଶିକାର ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୨ ଲକ୍ଷ ଲୋକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇସାରିଲେଣି।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଗୁରୁବାର ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ କହିଛନ୍ତି ଯେ, କୋଭିଡ-୧୯ ଭୂତାଣୁର ଚିକିତ୍ସା ପାଇଁ ୨ଟି ସମ୍ଭାବ୍ୟ ଟୀକାର ପରୀକ୍ଷା ହୋଇଛି। ଯାହାକି ଲାବ୍ରୋଟୋରୀ ପରୀକ୍ଷାରେ ମାଇଲଖୁଣ୍ଟ ହୋଇପାରେ। ତେବେ ସେହିପରି କମନୱେଲଥ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (CSIRO)ର ବୈଜ୍ଞାନିକମାନେ କହିଛନ୍ତି ଯେ, କୋଭିଡ୍ -୧୯ ଟିକା କେତେ ପ୍ରଭାବଶାଳୀ ତାହା ପରୀକ୍ଷା ପରେ ଜଣାପଡିବ।

ଏପରି କି କରୋନା ଚିକିତ୍ସା ପାଇଁ ଇଞ୍ଜେକ୍ସନ କିମ୍ବା ନାକରେ  ଡ୍ରପ ବ୍ୟବହାର କିପରି ହେବ ତାହାର ବିକଳ୍ପ ଖୋଜା ଚାଲିଛି। ଅଷ୍ଟ୍ରେଲିଆନ ପଶୁ ସ୍ବାସ୍ଥ୍ୟ ଲାବ୍ରୋଟୋରୀ ନିର୍ଦ୍ଦେଶକ ପ୍ରଫେସର ଟ୍ରେଭର୍ ଡ୍ରୁ କହିଛନ୍ତି ଯେ, ଆମେ ଜାନୁଆରୀରୁ SARS COV-2 ଅଧ୍ୟୟନ କରୁଛୁ। ଅନ୍ୟପଟେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବାରମ୍ବାର ଯୋଗାଯୋଗରେ ରହୁଥିବା ସ୍ବାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

   Related Posts