ଚିକେନ୍ ଏବଂ ଅଣ୍ଡା କାରଣରୁ ହୁଏ କରୋନା : ଏଭଳି ଗୁଜବ ଯୋଗୁଁ ୨୪ହଜାର କୋଟି ଟଙ୍କାର କ୍ଷତି , ବେରୋଜଗାର ହେଲେ ୬ଲକ୍ଷ ବ୍ୟକ୍ତି

Published By : Prameya-News7 Bureau | April 18, 2020 IST

ମୁମ୍ବାଇ ୧୮/୪: କରୋନା ଭାଇରସର କୁକୁଡ଼ା ଉଦ୍ୟୋଗ ଉପରେ ବହୁତ ଖରାପ ପ୍ରଭାବ ପଡ଼ୁଛି। ଏହି ଉଦ୍ୟୋଗରେ ପାଖାପାଖି ୬ଲକ୍ଷ ଲୋକଙ୍କ ରୋଜଗାର ଚାଲି ଯାଇଛି ଏବଂ ଉଦ୍ୟୋଗକୁ ଏବେ ସୁଦ୍ଧା ୨୪ହଜାର କୋଟି ଟଙ୍କାର କ୍ଷତି ହୋଇଛି। ଭାଇରସ୍ ସଂକ୍ରମଣ ପୂର୍ବରୁ ପ୍ରଥମେ କୁକୁଡ଼ା ଉଦ୍ୟୋଗର ବଜାର ୧.୨୦ଲକ୍ଷ କୋଟି ଟଙ୍କାର ଥିଲା ଏବଂ ଏଥିରେ ୪କୋଟି ଲୋକଙ୍କୁ ସିଧାସଳଖ କିମ୍ବା ପରୋକ୍ଷଭାବେ ରୋଜଗାର ମିଳିଥିଲା। କୁକୁଡ଼ା ଉଦ୍ୟୋଗ ଦେଶର ଜିଡିପିରେ ୨ପ୍ରତିଶତର ଯୋଗଦାନ କରୁଛି। ଭାଇରସ୍ ସଂକ୍ରମଣର ପ୍ରସାର ପ୍ରାରମ୍ଭିକ ଅବସ୍ଥାରେ ଅର୍ଥାତ୍ ଜାନୁୟାରୀର ଶେଷ ସପ୍ତାହରେ ସୋସିଆଲ ମିଡିଆରେ ଏକ ଗୁଜବ ହୋଇଥିଲା ଯେ ଚିକେନ୍ ଏବଂ ଅଣ୍ଡା ଦ୍ବାରା କରୋନା ଭାଇରସ୍ ବ୍ୟାପିଥାଏ। ଏହା ଯୋଗୁଁ ଅନେକ ଲୋକ ଚିକେନ୍ ଏବଂ ଅଣ୍ଡା ଖାଇବା ଛାଡ଼ି ଦେଇଛନ୍ତି।

ଉଦ୍ୟୋଗକୁ ସାଧାରଣତଃ ୪ଟି ମୁଖ୍ୟ ସେକ୍ଟରରେ ବଣ୍ଟା ଯାଇଥାଏ- ବ୍ରିଡର,ଲେୟର,ବ୍ରୟଲର ଏବଂ ଫିଡିଂ ଉଦ୍ୟୋଗ। ଦେଶରେ ମକା ଏବଂ ସୋୟାବିନ୍ ଯେତିକି ଉତ୍ପାଦନ ହୋଇଥାଏ ଏହାର ଅଧା ଖର୍ଚ୍ଚ କୁକୁଡ଼ା ଉଦ୍ୟୋଗରେ ହୋଇଯାଇଥାଏ। ଦେଶରେ ଚିକେନ୍ ଉତ୍ପାଦନରେ ଭାରତର ତୃତୀୟ ଏବଂ ଅଣ୍ଡା ଉତ୍ପାଦନରେ ଚତୁର୍ଥ ସ୍ଥାନ ରହିଛି। ଦେଶରେ ପ୍ରତି ମାସରେ ୭୦-୮୦କୋଟି କିଲୋଗ୍ରାମ୍ ବ୍ରୟଲର ଉତ୍ପାଦନ ହୋଇଥାଏ। ସେହିପରି ୧୮-୨୦କୋଟି ଅଣ୍ଡାର ଉତ୍ପାଦନ ହୋଇଥାଏ।

ଭାଇରସ୍ ସଂକ୍ରମଣ ବ୍ୟାପିବା ପୂର୍ବରୁ ପ୍ରଥମେ ୮୦ଟଙ୍କା ପ୍ରତି କିଲୋଗ୍ରାମ୍ ଦରରେ ବ୍ରୟଲର ବିକ୍ରି ହେଉଥିଲା। କିନ୍ତୁ ଭାଇରସ୍ ସଂକ୍ରମଣ ପରେ ଏବେ ଏହାର ମୂଲ୍ୟ ହ୍ରାସ ପାଇ ୫ଟଙ୍କା ପ୍ରତି କିଲୋଗ୍ରାମ୍ ହୋଇଯାଇଛି। ଟ୍ରଷ୍ଟ ୨୦ଲକ୍ଷ ବ୍ରୟଲର ନଷ୍ଟ କରିଦେଇଥିଲେ ଯାହାର ମୂଲ୍ୟ ୧୦କୋଟି ଟଙ୍କା ଥିଲା। ଟ୍ରଷ୍ଟ ୩କୋଟି ଟଙ୍କାର ହ୍ୟାଚିଂ ଏଗ୍ ନଷ୍ଟ କରିଦେଇଥିଲା। ମୂଲ୍ୟ ହ୍ରାସ ପାଇବା ଯୋଗୁଁ ଟ୍ରଷ୍ଟକୁ ନିକଟରେ ୧୫କୋଟି ଟଙ୍କାର କ୍ଷତି ହୋଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.