ସୁସ୍ଥ ପରେ ପୁଣି ସଂକ୍ରମିତ: ବେଙ୍ଗାଲୁରୁରୁ ଆସିଲା ପ୍ରଥମ ମାମଲା, କାରଣ କହିଲେ ଡାକ୍ତର

Published By : Prameya-News7 Bureau | September 06, 2020 IST

ବେଙ୍ଗାଲୁରୁ ୦୬/୦୯: ଭାରତରେ ଏବେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । କିନ୍ତୁ ସୁସ୍ଥ ପରେ ପୁଣି ସଂକ୍ରମଣ ହେବା ମାମଲା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଭଳି ଏକ ମାମଲା କର୍ଣ୍ଣାଟକ ରାଜଧାନୀ ବେଙ୍ଗଲୁରୁରୁ ସାମ୍ନାକୁ ଆସିଛି । କରୋନାରୁ ସୁସ୍ଥ ହୋଇଥିବା ଜଣେ ୨୭ ବର୍ଷୀୟା ଯୁବତୀ ପୁଣିଥରେ ସଂକ୍ରମିତ ହୋଇଛନ୍ତି । ବେଙ୍ଗାଲୁରୁରେ କରୋନା ରି-ଇନ୍‌ଫେକ୍ସନର ଏହା ହେଉଛି ପ୍ରଥମ ମାମଲା ।

 ଜଣେ ୨୭ ବର୍ଷୀୟା ମହିଳା ଜୁଲାଇରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚିକିତ୍ସତ ପରେ କରୋନା ନେଗେଟିଭ୍‌ ବାହାରିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା । ଏକ ମାସ ପରେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ଟେଷ୍ଟ କରାଯାଇଥିଲା । ଟେ​‌ଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ଫୋର୍ଟିସ୍‌ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

wp:core-embed/twitter {"url":"https://twitter.com/ANI/status/1302535905442291717","type":"rich","providerNameSlug":"twitter","className":""}
https://twitter.com/ANI/status/1302535905442291717
/wp:core-embed/twitter

ସେପଟେ ହସ୍ପିଟାଲର ଡାକ୍ତରଙ୍କ ଅନୁସାରେ, କରୋନା ସଂକ୍ରମଣ ହେବାର ୨-୩ ସପ୍ତାହ ମଧ୍ୟରେ ଶରୀରରେ Immunoglobulin G ଆଣ୍ଟିବଡି ପଜିଟିଭ୍ ଥିବାର ଜଣାପଡ଼େ । କିନ୍ତୁ ଏହି ଯୁବତୀଙ୍କ ଶରୀରରେ ନେଗେଟିଭ୍‌ ଥିବା ଜଣାପଡ଼ିଥିଲା । ଏହାର ଅର୍ଥ କରୋନା ସଂକ୍ରମଣ ପରେ ଯୁବତୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇନାହିଁ । ଅନ୍ୟ ଏକ ସମ୍ଭାବନା ହେଉଛି ଏକ ମାସ ମଧ୍ୟରେ ଶରୀରରୁ Immunoglobulin G ଶେଷ ହୋଇଯାଏ, ଫଳରେ ଭାଇରସ୍‌ ପୁଣି ଶରୀରରେ ପ୍ରବେଶ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.