ଭାରତରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି ଅଧିକରୁ ଅଧିକ : ବ୍ରାଜିଲକୁ ଟପିଲା, ସୁସ୍ଥ ହାର ୭୮ %
14/09/2020 at 8:37 PM

ନୂଆଦିଲ୍ଲୀ,୧୪|୦୯: ଭାରତରେ ସୋମବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆରୋଗ୍ୟ ଲାଭ କ୍ଷେତ୍ରରେ ଭାରତ ବ୍ରାଜିଲକୁ ପଛରେ ପକାଇ ଦେଇଛି ।
ଜନ୍ ହପକିନ୍ସ ୟୁନିଭର୍ସିଟିର ତଥ୍ୟ ଅନୁସାରେ, ଭାରତରେ ସୋମବାର ସୁଦ୍ଧା ୩୭,୮୦,୧୦୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସାରା ବିଶ୍ୱରେ ଆରୋଗ୍ୟଲାଭ କରିଥିବ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୨୫,୯୫୯ରେ ପହଁଚିଛି । ସେହିପରି ବିଶ୍ୱରେ ୨୯,୦୦୬,୦୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୯,୨୪,୧୦୫ଜଣ ପ୍ରାଣ ହରାଇଛନ୍ତି ।
ଜନ୍ ହପକିନ୍ସ ୟୁନିଭର୍ସିଟି ସାରା ବିଶ୍ୱର କରୋନା ସ୍ଥିତି ଉପରେ ନଜର ରଖିଥାଏ । ଆକ୍ରାନ୍ତ ସୁସ୍ଥ ହେବ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଭାରତରେ ୩୭,୮୦,୧୦୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ବ୍ରାଜିଲରେ ୩୭,୨୩,୨୦୬ଜଣ ସୁସ୍ଥ ହୋଇଛନ୍ତି । ଆମେରିକାରେ ୨୪, ୫୧,୪୦୬ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ଆରୋଗ୍ୟ ହାର ୭୮ ପ୍ରତିଶତରେ ପହଁଚିଛି ।
ଗତ ୨୪ ଘଣ୍ଟାରେ ଭାରତରେ ୭୭,୫୧୨ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ଏବେସୁଦ୍ଧା ୪୮,୪୬,୪୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯,୮୬,୫୯୮ଟି ସକ୍ରିୟ କେସ୍ ରହିଛି ।