କରୋନାରେ ଆଖି ବୁଜିଲେ ପୂର୍ବତନ ପୋଲିସ ଡିଜି ଜନ୍ ନାୟକ: ଟ୍ବିଟ୍ କରି ସୂଚନା ଦେଲେ ପୋଲିସ୍‌ ଡିଜି

Published By : Prameya-News7 Bureau | October 09, 2020 IST

ଭୁବନେଶ୍ୱର୯/୧୦: କରୋନା ଆକ୍ରାନ୍ତରେ ପୂର୍ବତନ ପୋଲିସ ଡିଜି ଜନ୍ ନାୟକଙ୍କ ମୃତ୍ୟୁ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ଅଭୟ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି । ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଡିଜିପି  ସୂଚନା ଦେଇଛନ୍ତି।

{"id":341052,"sizeSlug":"large"}

ମୃତ୍ୟୁ ବେଳକୁ ଡିଜି ଜନ୍‌ ନାୟକଙ୍କୁ ୭୮ ବର୍ଷ ହୋଇଥିଲା। ୧୯୬୫ ବ୍ୟାଚର IPS ଅଫିସର ଜନ୍‌ ୨୦୦୨ ମସିହାରେ ଅବସର ଗ୍ରହଣ କରିିଥିଲେ। ଆଦିବାସୀ ଅଧ୍ୟୁଷିତ ଫୁଲବାଣୀ ଜିଲ୍ଲାର ଏକ ଗାଁରୁ ଆସି ଡିଜି ପଦବୀରେ ଆସୀନ ହୋଇଥିଲେ ଜନ୍‌ ନାୟକ। ସେ ଅତ୍ୟନ୍ତ ଭଦ୍ର ଓ ନମ୍ର ବ୍ୟକ୍ତି ଥିଲେ ବୋଲି ଡିଜି ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.