ଶନିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ ୨୦ପଜିଟିଭ୍ :୧୩୯୫ ନମୁନା ପରୀକ୍ଷଣ , ଦୁଇ ଜଣ ସୁସ୍ଥ

Published By : Prameya-News7 Bureau | April 04, 2020 IST

ଭୁବନେଶ୍ୱର ୦୪।୦୪: ସାରାବିଶ୍ୱରେ ସବୁନଠୁ ବଡ ଆତଙ୍କ ଏବେ କରୋନା । ୨୦୫ଦେଶ ମହାସାଗରରେ ଲଙ୍ଗଲ ପକାଇଥିବା ଦୁଇଟି ଜାହାଜରେ ୧୧ଲକ୍ଷରୁ ଅଧିକ ସଂକ୍ରମିତ । ମୃତ୍ୟୁ  ସଂଖ୍ୟା  ବି ହୁ ହୁ ବଢୁଛି । ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଅଭିଯାନ ସମ୍ପର୍କିତ ତଥ୍ୟ ରଖୁଥିବା ମୁଖପାତ୍ର ସୁବତ୍ର ବାଗ୍‌ଚୀ ଆଜି ତାଙ୍କର ନିୟମତି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିଛିନ୍ତି । ଶ୍ରୀ ବାଗଚୀଙ୍କ ସୂଚନାନୁଯାୟୀ ଆଜି ଅପରାହ୍ନ ୩ଟା ସୁଦ୍ଧା ସାରାବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୨୧ହଜାର ୯୭୩ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୫୯୪୦୩ । ଦେଶର ସ୍ଥିତି ହିସାବରୁ ଦିନକ ଭିତରେ ୬ଶହ ବଢିଛନ୍ତି କରୋନା ସଂକ୍ରମିତ । ଗତକାଲି ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୨୩୦୫ ଥିବା ବେଳେ ଆଜି ତାହା ୨୯୦୨କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ଶୁକ୍ରବାର ୫୬ ଥିବା ବେଳେ ଆଜି ୬୮କୁ ବୃଦ୍ଧି ପାଇଛି । lତେବେ ୧୮୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା  କେନ୍ଦ୍ର ସରକାରଙ୍କ ତଥ୍ୟରୁ ଜଣାପଡିଛି ।   

ରାଜ୍ୟରେ ୧୩୯୫ଜଣଙ୍କ ନମୁନା ପରୀକ୍ଷଣରୁ ୨୦ଟି ପଡିଟିଭ୍‌ ଆସିଛି । ଏଥିମଧ୍ୟରୁ ଦୁଇ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଚତୁର୍ଥ କରୋନା ସଂକ୍ରମିତଙ୍କ ସସ୍ପର୍ଶରେ ଆସିଥିବା ୪୨ଜଣ ଚିହ୍ନଟ ହୋଇଥିବା ବେଳେ ପଞ୍ଚମ ସଂକ୍ରମିତଙ୍କ ସଂସ୍ପର୍ଶରେ ୩୮ଜଣ ଥିବା ଜଣାପଡିଛି । ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ାସିଥିବା ବ୍ୟକ୍ତିମାନଙ୍କ ତଥ୍ୟ ଯାଞ୍ଚ ରହିଛି । ଅନ୍ୟପକ୍ଷରେ ଆଜି ସୁଦ୍ଧା ବିଭିନ୍ନ  ଡାକ୍ତରଖାନାରେ ୫୧ଜଣ ଆଇସୋଲେସନ୍‌ରେ ଅଛନ୍ତି । ଶ୍ରୀ ବାଗଚୀଙ୍କ ସୂଚନାନୁସାରେ ଡାକ୍ତରଖାନାରେ ରହିଥିବା ୧୬ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ କ୍ୟାପିଟାଲରେ , ଜଣେ ଏମ୍‌ସରେ ଓ ଅନାୟ ୧୬ଜଣ ନୂତନ ଭାବେ ପ୍ରତିଷ୍ଠିତ ଅଶ୍ୱୀନି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତ ହୋଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.