ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଆସିିଥିଲେ, ନିଜେ ଚାଲିଗଲେ: କରୋନାରେ ଯୁବ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ମୃତ୍ୟୁ

Published By : Prameya-News7 Bureau | August 10, 2020 IST

ଦିଗପହଣ୍ଡି୧୦|୮: ଦିଗପହଣ୍ଡି ବଜାର ସାହିର ଯୁବ ସଫ୍ଟୱେୟାର ଇଞ୍ଜିନିୟର ଉନା.ସତ୍ୟନାରାୟଣ ରାଓ ( କରୋନାରେ ମୃତ୍ୟୁ କରିଛନ୍ତି। ୩୭ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ କରୋନା ସଂକ୍ରମିତ ହୋଇ ସୋମବାର ଭୋହର ସମୟରେ ତାଙ୍କର ମୃତ୍ୟୁ ହୋଇଛି।ତାଙ୍କ ବାପା ଉନା.ଶଙ୍କର ରାଓ । ବେଙ୍ଗାଲୁରସ୍ଥିତ ସି ଏ ଟେକ୍ନୋଲୋଜି ରେ  ସିନିୟର୍ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ସତ୍ୟନାରାୟଣ ଓରଫ ଚିନା ଘରକୁ ଆସିଥିଲେ। ତାଙ୍କ ବାପାଙ୍କ ସୁଦ୍ଧି କ୍ରିୟା କାର୍ଯ୍ୟ ସରିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।

ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ ଡାକ୍ତରଖାନା ସେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କୁ ସଠିକ୍ ଚିକିତ୍ସା କରାନଯାଇ ଡିସ୍ ଚାର୍ଜ କରି ଦିଆଯାଇଥିବା ପରିବାର ଲୋକେ କହିଛନ୍ତି।ଘରେ ରହି ଚିକିତ୍ସା ହେବାପରେ  ସେ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଗତ ୨୬ ତାରିଖରେ ନିଜର କର୍ମଭୂମି ବେଙ୍ଗାଲୁରୁ ଯିବା ପାଇଁ ଟିକେଟ କାଟି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ପୁଣିଥରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ  ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା। 

ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ର,ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପଣ୍ଡା, ଭି. ଶ୍ୟାମ ସୁନ୍ଦର ରାଜୁ,ଭି. ଧର୍ମ ରାଜୁ ପ୍ରମୁଖ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବାସହ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.