କରୋନା ଉଜାଡି ଦେଲା ସଂସାର: ୩ ମାସରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ୪ ଭାଇ...

Published By : Prameya-News7 Bureau | October 04, 2020 IST

ଖଲିକୋଟ୪/୧୦: କରୋନା ଉଜାଡି ଦେଲା ସଂସାର। ୩ ମାସ ଭିତରେ ଗୋଟିଏ ବଡ ପରିବାର ୪ ଭାଇଙ୍କ ମୃତ୍ୟୁ। ପରିବାର ୪ ମୁଣ୍ଡ ଗଲା ପରେ ଦୁଃଖ ଭାଙ୍ଗି ପଡିଛନ୍ତି ଗଞ୍ଜାମ ବେଗୁନିଆପଡ଼ା ଅଙ୍ଗାରଗାଁର ଧବଳେଶ୍ୱର ସାହୁଙ୍କ ପରିବାର। ଗତ ୩ ମାସ ଭିତରେ ଆଗପଛ ହୋଇ ଜଣ ଜଣ କରି ଚାଲିଗଲେ ୪ ଭାଇ। ପ୍ରଥମେ ସାନ ଭାଇ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

ଏହାର ତିନିଦିନ ପରେ କରୋନା ସଂକ୍ରମିତ ବସୁଦେବଙ୍କ ମୃତ୍ୟୁ ହୋଇଥିଲା। ବସୁଦେବଙ୍କ ମୃତ୍ୟୁର ୨୪ଘଣ୍ଟା ନପୁରୁଣୁ ମଙ୍ଗରାଜଙ୍କ ମୃତ୍ୟୁ ହୋଇଥିଲା। ଏହି ପରିବାରର ୪ ଭାଇଙ୍କ ମଧ୍ୟରୁ ଏକମାତ୍ର ଭାଇ ଧବଳେଶ୍ୱର ସାହୁ ଜୀବିତ ଥିଲେ। ସେ ମଧ୍ୟ ଅସୁସ୍ଥ ହୋଇ ବ୍ରହ୍ମପୁର ଏମଜେସିଜିରେ ସେ ଚିକିତ୍ସିତ ହେଉଥିଲେ। ସେ ମଧ୍ୟ ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.