Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଚିନ୍ତା ବଢାଉଛି କରୋନାର ‘ଆର୍’ ଫ୍ୟାକ୍ଟର, ସତର୍କ ସୂଚନା ଜାରି କଲା ଗୃହ ମନ୍ତ୍ରାଳୟ

15/07/2021 at 7:49 AM

ଭୁବନେଶ୍ୱର, ୧୫|୦୭ : ଦେଶର ଏକାଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମହାମାରୀ କରୋନାର ‘ଆର୍’ ଫ୍ୟାକ୍ଟର ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ଏଥି ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟ ସରକାରଗୁଡ଼ିକୁ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ଲୋକମାନେ କେମିତି କଡ଼ାକଡ଼ି ପାଳନ କରିବେ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି ।

ସେହିଭଳି ହଟସ୍ପଟ ଅଂଚଳରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।‘ଆର୍’ ଫ୍ୟାକ୍ଟର ହେଉଛି ଜଣେ ସଂକ୍ରମିତଙ୍କ ଠାରୁ କେତେ ଜଣ ଭାଇରସ ଦ୍ବାରା ଆକ୍ରାନ୍ତ ହେଉଛନ୍ତି ।‘ଆର୍-୧’ ର ଅର୍ଥ ଜଣେ ସଂକ୍ରମିତ ବ୍ୟକ୍ତି ଆଉ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ମହାମାରୀ ସମୟରେ ‘ଆର୍’ ଫ୍ୟାକ୍ଟର ୧ ତଳେ ରଖିବାକୁ ସମସ୍ତେ ଚେଷ୍ଟା କରନ୍ତି । ଯେତେବେଳେ ଦେଶରେ ଦୈନିକ ୪ଲକ୍ଷ ଲୋକ ସଂକ୍ରମିତ ହେଉଥିଲେ ସେତେବେଳେ ‘ଆର୍’ ଫ୍ୟାକ୍ଟର ୧ ଦଶମିକ୍ ୩୨ ରହିଥିଲା ।

ଏମିତିକି ଏକଦା ‘ଆର୍’ ଫ୍ୟାକ୍ଟର ୦ ଦଶମିକ୍ ୭୪ ହୋଇଯାଇଥିଲା । କିନ୍ତୁ ଏବେ ଏହା ପୁଣି ଥରେ ବଢ଼ିବାରେ ଲାଗିଛି । ବୁଧବାର ଦଶରେ କରୋନାର ୩୮ହଜାର ୭୯୨ ନୂଆ ମାମଲା ରିପୋର୍ଟ ହୋଇଛି , ଯାହା ମଙ୍ଗଳବାର ତୁଳନାରେ ୨୩ ପ୍ରତିଶତ ଅଧିକ । କେତେକ ରାଜ୍ୟରେ କରୋନା କଟକଣା କୋହଳ ପରେ ପର୍ଯ୍ୟଟନସ୍ଥଳୀ, ହାଟ ବଜାରରେ ଅଧିକ ଗହଳି ହେବା ସହ ଲୋକେ କୋଭିଡ୍ ନିୟମ ପାଳନ କରୁନଥିବା ଦେଖାଯାଉଛି । ଯାହାକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି କେନ୍ଦ୍ର ସରକାର ।

   Related Posts