Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଆସନ୍ତାକାଲି କରୋନା ପଜିଟିଭ୍ ଛାତ୍ର-ଛାତ୍ରୀ ଦେଇ ପାରିବେନି ନିଟ୍, ଅଲଗା ଦିନରେ ହେବ ବ୍ୟବସ୍ଥା

12/09/2020 at 10:14 PM

ନୂଆଦିଲ୍ଲୀ ୧୨।୦୯: ସକାଳ ପାହିଲେ National Eligibility Cum Entrance Test (NEET) । ଚଳିତ ବର୍ଷ କୋଭିଡ୍‌ କଟକଣା ମଧ୍ୟରେ ହେବ ପରୀକ୍ଷା । କୋଭିଡ୍‌ ଗାଇଡ ଲାଇନ ସହ ସ୍ବତନ୍ତ୍ର  ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ହେଲେ ଏହା ପୂର୍ବରୁ ନିଟ୍‌ ପକ୍ଷରୁ ନୂତନ ଏସଓପି ଜାରି କରାଯାଇଛି। ଏସଓପି ଅନୁଯାୟୀ କରୋନା ପଜିଟିଭ୍ ଛାତ୍ର-ଛାତ୍ରୀ ଆସନ୍ତକାଲି ପରୀକ୍ଷା ଦେଇ ପାରିବେ ନାହିଁ। ସେମାନଙ୍କ ପାଇଁ ଅନ୍ୟ ଦିନରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ। ଆସନ୍ତାକାଲି ପରୀକ୍ଷା ପରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ନିଟ୍‌ ପକ୍ଷରୁ କୁହାଯାଇଛି।

ଓଡ଼ିଶାର ୭ଟି ସହରର ୮୩ଟି ପରୀକ୍ଷା କେନ୍ଦ୍ରରେ ୩୬ ହଜାର ୪୫୯ ପରୀକ୍ଷାର୍ଥୀ ପରୀକ୍ଷା  ଦେବେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀ ତଥା ସେମାନଙ୍କ ଅଭିଭାବକଙ୍କ ପାଇଁ ଯାତାୟତ ଠାରୁ ଆରମ୍ଭ କରି ରହିବା ଖାଇବାର ବ୍ୟବସ୍ଥା କରିଛନ୍ତି।  ବିଶେଷ କରି ଭୁବନେଶ୍ବରରେ ଅଧିକ ପରୀକ୍ଷା ସେଣ୍ଟର ଥିବାରୁ ଭୁବନେଶ୍ବର ସର୍କିଟ ହାଉସରେ ବୈଠକ କରି ଶେଷ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।ପରୀକ୍ଷାର୍ଥୀଙ୍କ ଯାତାୟତ ଠାରୁ ଆରମ୍ଭ କରି ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି ।

ସାମାଜିକ ଦୂରତା ରକ୍ଷା କରି ପ୍ରତି ରୁମରେ ୧୨ ଜଣ ପରୀକ୍ଷା ଦେବେ । NTA ପକ୍ଷରୁ ସମସ୍ତଙ୍କୁ ଦିଆଯିବ ମାସ୍କ । ସେହିପରି ଯେଉଁମାନଙ୍କ ଠାରେ କୌଣସି ବି ଲକ୍ଷଣ ଥିବ ସେମାନେ ଆଇସୋଲେଟ ରୁମ୍‌ରେ ପରୀକ୍ଷା ଦେବେ ସେହି ରୁମରେ ନିୟୋଜିତ ଇନଭିଜିଲେଟର ପିପିଇ କିଟ୍‌ ପିନ୍ଧିବେ।

   Related Posts