Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ମୁମ୍ବାଇ ହସ୍ପିଟାଲରୁ ୭୦ବର୍ଷ ବୟସ୍କ କରୋନା ଆକ୍ରାନ୍ତ ନିଖୋଜ, ମେ ୧୬ରେ ପଜେଟିଭ ଚିହ୍ନଟ ହୋଇଥିଲେ

1/06/2020 at 6:41 PM

ପରେଲ ୧।୬: ମୁମ୍ବାଇ କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲରୁ ଜନୈକ କରୋନା ଆକ୍ରାନ୍ତ ଗତ ମେ ୧୯ ତାରିଖରୁ ନିଖୋଜ ଥିବା ଜଣାପଡିଛି। ପରିବାର ଲୋକେ ଏ ନେଇ ୨୫ ତାରିଖ ଦିନ ଭୋଇବାଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିନଥିବା ନିଖୋଜଙ୍କ ଜ୍ୱାଇଁ ସୋମବାର ଗଣମାଧ୍ୟମକୁ କହିଛନ୍ତି।

ଜ୍ୱର ଓ ଦୁର୍ବଳତା କାରଣରୁ ସେ ତାଙ୍କର ୭୦ ବର୍ଷ ବୟସ୍କ ଶ୍ୱଶୂରଙ୍କୁ ମେ ୧୪ ତାରିଖ ଦିନ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ଆଡମିଟ୍ କରିଦେଇଥିଲେ। ୨ ଦିନ ପରେ ଅର୍ଥାତ ମେ ୧୬ ତାରିଖ ଦିନ ହସ୍ପିଟାଲ  କର୍ତ୍ତୃପକ୍ଷ ତାଙ୍କୁ ଫୋନ କରି ସମ୍ପର୍କିୟ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସୂଚିତ କରିଥିଲେ। ତାଙ୍କୁ ହସ୍ପିଟାଲର ୨୦ ନମ୍ବର ୱାର୍ଡରେ ରଖାଯାଇଥିବାର କୁହାଯାଇଥିଲା। ତେବେ ମେ ୧୯ ତାରିଖ ପରଠାରୁ ତାଙ୍କର କୌଣସି ସୂଚନା ମିଳୁନଥିବା କହିଛନ୍ତି।

ଏ ନେଇ ସମ୍ପୃକ୍ତ ବ୍ୟକ୍ତି ବିଜେପି ସାଂସଦ କିରିଟ ସୋମୈୟାଙ୍କ ସହ ମଧ୍ୟ ସମ୍ପର୍କ କରିଥିଲେ। ସେ ତାଙ୍କୁ ବୃହ୍ମୁମ୍ବାଇ ନଗର ନିଗମ (ବିଏମସି) ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ କହିଥିଲେ। ସେହି ଅନୁସାରେ ସେ ଅଭିଯୋଗ କରିଥିବା ବେଳେ ତାଙ୍କର ସନ୍ଧାନ ମିଳୁନଥିବା କର୍ତ୍ତୃପକ୍ଷ କହୁଛନ୍ତି। ତେବେ ପ୍ରସଙ୍ଗରେ ହସ୍ପିଟାଲ ଡିନ୍ ଡା.ହେମନ୍ତ ଦେଶମୁଖଙ୍କ ସହ ମାମଲାରେ ସମ୍ପର୍କ କରାଯାଇଥିବା ବେଳେ ସେ ଏ ନେଇ କିଛି କହିନାହାନ୍ତି।    

   Related Posts