ଦେଶରେ ହ୍ରାସ ହେଉଛି କରୋନା ପଜିଟିଭିଟି ହାର, ରେକର୍ଡ ପରୀକ୍ଷଣ ସତ୍ତ୍ୱେ ବଢୁନି ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨।୫: ଗତ ଦୁଇ ଦିନ ହେଲା ଦେଶରେ କରୋନା ସଂକ୍ରମଣ ହାରରେ ହ୍ରାସ ଦେଖା ଦେଇଛି। ଏହି ସମୟରେ ଦୈନିକ ୧୯ ଲକ୍ଷ ୮୩ ହଜାର ୮୦୪ଟି ଲେଖାଏଁ ପରୀକ୍ଷଣ ହୋଇଛି,ଯାହାକୁ ଦୈନିକ ପରୀକ୍ଷଣରେ ଏକ ରେକର୍ଡ ବୋଲି କୁହାଯାଉଛି । ଏହା ପୂର୍ବରୁ ଏପ୍ରିଲ ୩୦ ତାରିଖ ଦିନ ଦେଶରେ ସର୍ବାଧିକ ୧୯.୪୫ଲକ୍ଷ ଟେଷ୍ଟିଂ ହୋଇଥିଲା। ତେବେ ସବୁଠୁ ବଡ଼ କଥା ହେଲା ରେକର୍ଡ ଟେଷ୍ଟିଂ ସତ୍ୱେ ନୂଆ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହୋଇନି। ମଙ୍ଗଳବାର ସାରା ଦେଶରେ ୩.୪୮ ଲକ୍ଷ ଲୋକଙ୍କ ଠାରେ କରୋନା ଚିହ୍ନଟ ହୋଇଛି। ଅର୍ଥାତ ପଜିଟିଭିଟି ହାର ୧୭.୬ ପ୍ରତିଶତ। ତେବେ ଏହାର ଦୁଇ ଦିନ ପୂର୍ବରୁ ଏହି ହାର ୨୪.୯ ପ୍ରତିଶତ ଥିଲା।  

{"id":451626,"width":836,"height":470,"sizeSlug":"large","linkDestination":"none"}

ଗୋଟିଏପଟେ ସଂକ୍ରମଣ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଦୁଇ ଦିନରେ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇଥିବାରୁ ସୂଚନା ଆସୁଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୫ ହଜାର ୨୮୨ ଜଣ ସୁସ୍ଥ ହୋଇଛନ୍ତି। ଏହା ପୂର୍ବରୁ ସୋମବାର ସାରା ଦେଶରେ ୩.୫୫ ଲକ୍ଷ ଲୋକେ ସୁସ୍ଥ ହୋଇଥିଲେ। ଦୀର୍ଘ ୬୨ ଦିନର ସଂଘର୍ଷ ପରେ ପ୍ରଥମ ଥର ଗୋଟିଏ ଦିନରେ ଯେତିକି ଲୋକେ ସଂକ୍ରମିତ ହୋଇଛନ୍ତି ତାଠୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଥିବାର ରିପୋର୍ଟ ମିଳିଛ। ଏହା ପୂର୍ବରୁ ମାର୍ଚ୍ଚ ୯ ତାରିଖ ଦିନ ସାରା ଦେଶରେ ୧୭ ହଜାର ୮୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୦ ହଜାର ୬୪୩ ଜଣ ସୁସ୍ଥ ହୋଇଥିଲେ।

{"id":451623,"sizeSlug":"large","linkDestination":"none"}

ମୃତ୍ୟୁ ହାର ବଢାଇଛି ଚିନ୍ତା
ତେବେ କରୋନାକୁ ନେଇ ଏବେବି ଯାହା ଚିନ୍ତାନଜକ ହୋଇ ରହିଛି ତାହା ହେଉଛି ମୃତ୍ୟୁ ହାର। ଗତ ୨୪ ଘଣ୍ଟାରେ ସାରା ଦେଶରେ ୪ ହଜାର ୧୯୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ତୃତୀୟ ଥର କରୋନା ମୃତ୍ୟୁ ହାର ୪ ହଜାର ଉପରକୁ ଟପିଛି। ଏହା ପୂର୍ବରୁ ମେ୭ ତାରିଖ ଦିନ ୪ ହଜାର ୨୩୩ ଓ ମେ ୮ ତାରିଖ ଦିନ ସାରା ଦେଶରେ ୪ ହଜର ୯୨ ଜଣଙ୍କର ମୃତ୍ୟୁ ହୋଇଥିଲା।

{"id":451624,"width":838,"height":471,"sizeSlug":"large","linkDestination":"none"}

ଦେଶରେ ଚାଲିଯାଇଛି କରୋନାର ପିକ୍‌
ଗତ ଦୁଇଦିନ ହେଲା ମିଳୁଥିବା ରିପୋର୍ଟରୁ ଦେଶରେ ସଂକ୍ରମଣ ହାର ହ୍ରାସ ହେଉଥିବାର ବିଶେଷଜ୍ଞ ଆକଳନ କରୁଛନ୍ତି। ଏଥିରୁ ଦେଶରେ ଆସିଥିବା କରୋନା ଦ୍ୱିତୀୟ ଲହର ପିକ୍‌ ରୁ ଓହ୍ଲାଉଥିବାର ବିଶେଷଜ୍ଞ ଅନୁମାନ କରୁଛନ୍ତି। ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡିସିନ ଡିପାର୍ଟମେଣ୍ଟ ମୁଖ୍ୟ ଡା.ଯୁଗଲ କିଶୋର ଏଥିରୁ ଦେଶରେ କରୋନାର ପିକ୍‌ ବା ଉଚ୍ଚତମ ସ୍ତର ହୁଏତ ଏବେ ସମାପ୍ତ ହେଉଥାଇପାରେ ବୋଲି କହିଛନ୍ତି। ଏଣୁ ଏବେ ମାମଲାର ସଂଖ୍ୟା ହ୍ରାସ ସହ ହସ୍ପିଟାମାନଙ୍କ ଉପରେ କରୋନା ଆକ୍ରାନ୍ତଙ୍କ ଚାପ ମଧ୍ୟ ହ୍ରାସ ହେବ ବୋଲି ସେକହିଛନ୍ତି।

{"id":451625,"sizeSlug":"large","linkDestination":"none"}

ଏବେବି କିଛି ରାଜ୍ୟରେଆସିନି ପିକ୍‌
ସାରା ଦେଶରେ କରୋନା ବିଷମ ରହିଛି। ଏଣୁ କେତେକ ରାଜ୍ୟରେ କରୋନା ଏବେ ପିକ୍‌ ପାର କରୁଥିବା ବେଳେ ଆଉ କେତେକ ରାଜ୍ୟରେ ଏବେବି କରୋନା ପିକ୍‌କୁ ପହଞ୍ଚି ନାହିଁ। ହେଲେ ଜାତୀୟ ସ୍ତରକୁ ଆକଳନ କଲେ ପିକ୍‌ ପାର ହୋଇଥିବାର ଡା.ଯୁଗଳକିଶୋର ଅନୁମାନ କରୁଛନ୍ତି। ହେଲେ ବି ବିପଦ ଏବେବି ଟଳିନି ବୋଲି ସେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.