Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ପଜିଟିଭ୍‌ଙ୍କୁ ଜେଲ୍ ମନା, ରିମାଣ୍ଡ ଅନୁମତି ଆଣି ବନ୍ଦୀକୁ ପଠାଯିବ କୋଭିଡ୍ ହସ୍ପିଟାଲ

8/04/2021 at 5:55 PM

ଭୁବନେଶ୍ଵର ୦୮।୦୪: ଦେଶରେ କରୋନାର ଦ୍ଵିତୀୟ ଲହର ସହ ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ହୁ ହୁ ହୋଇ ବଢିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ  ହୋଇ ୯୦୦ ପାଖାପାଖି ପଞ୍ଚିଲାଣି। ମହାମାରୀ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ମଧ୍ୟ ବହୁବିଧ ପଦକ୍ଷେପ ନେବାରେ ଲାଗି ପଡିଛନ୍ତି। ଏହି କ୍ରମରେ ଜେଲ୍ ବିଭାଗ ମଧ୍ୟ ସତର୍କ  ହୋଇ ଉଠିଛନ୍ତି। ଏହି ସଂଦର୍ଭରେ ଜେଲ୍ ବିଭାଗ କରୋନା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସମସ୍ତ ଜେଲ୍ ଅଧୀକ୍ଷକଙ୍କୁ ଏ ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି ଜେଲ୍ ଡିଜି।

ମାର୍ଗଦର୍ଶିକା ଅନୁଯାୟୀ, କେହି ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହେଲେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେବେ। କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ପଜିଟିଭ୍ ବନ୍ଦୀକୁ କୋଭିଡ୍ ହସ୍ପିଟାଲ ପଠାଯିବ। କୌଣସି କୋଭିଡ୍ ଆକ୍ରାନ୍ତଙ୍କୁ ଜେଲ ପରିସରରେ ରଖାଯିବ ନାହିଁ। ଜେଲ୍ ଆସିବା ପୂର୍ବରୁ କରୋନା ଟେଷ୍ଟ କରାଯିବ। ଏଥିସହ ଜେଲ୍ ପରିସରରେ କରୋନା ରୋକିବା ପାଇଁ ଆବଶ୍ୟକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଡିଜି ସମସ୍ତ  ଜେଲ୍ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ  କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। କରୋନାକୁ ରୋକିବା ପାଇଁ ରାଜ୍ୟରେ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍ ଜାରି ରହିଛି। ଏପରିକି ୧୦ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଜାରି ରହିଛି। ବିଏମସି ଓ ସିଏମସି କାର୍ଯ୍ୟାଳୟ ଆସିବା ପାଇଁ ଜନସାଧାରଣକୁ ବାରଣ କରାଯାଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ନବମ ଏବଂ ଏକାଦଶ ଶ୍ରେଣୀର ପାଠପଢା ଏପ୍ରିଲ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ହୋଷ୍ଟେଲ ଏବଂ ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ର-ଛାତ୍ରୀଙ୍କୁ ଘରକୁ ଫେରି ଯିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୫୫୨୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

   Related Posts