ଢେଙ୍କାନାଳରେ କୋଭିଡ୍ ପଜିଟିଭ୍ ପୋଲିସ ଏସ୍‌ଆଇଙ୍କ ମୃତ୍ୟୁ

Published By : Prameya-News7 Bureau | August 18, 2020 IST

ଢେଙ୍କାନାଳ ୧୮।୮: ଢେଙ୍କାନାଳରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ ପୋଲିସ ଏସଆଇ ପ୍ରାଣବନ୍ଧୁ ସେଠୀ । ପ୍ରାଣବନ୍ଧୁଙ୍କ ଘର ତୁମୁସିଂହା ଥାନା କଣ୍ଟାପାଳ ଗ୍ରାମରେ । ପ୍ରାଣବନ୍ଧୁ ଢେଙ୍କାନାଳ ପୋଲିସ ରିଜର୍ଭରେ କାର୍ଯ୍ୟରତ ଥିଲେ ।

{"id":316304,"sizeSlug":"large"}

କରୋନା ପଜିଟିଭ୍ ଚିହ୍ନଟ ପରେ ପୋଲିସ ଏସଆଇ ଢେଙ୍କାନାଳ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରବିବାର ତାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁଇରେ ପହଁଚିଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.