ସରପଞ୍ଚଙ୍କ ସହଯୋଗୀ କରୋନା ଆକ୍ରାନ୍ତ: ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

Published By : Prameya-News7 Bureau | June 02, 2020 IST

ବାଙ୍କୀ୨/୬: କଟକ ଜିଲ୍ଲାର ବାଙ୍କୀ ବ୍ଲକ ବ୍ରହ୍ମପୁରା ପଞ୍ଚାୟତରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ସରପଞ୍ଚଙ୍କ ସହଯୋଗୀ ଭାବେ କାର୍ଯ୍ୟରତ ଥିଲେ। ଅନ୍ୟପଟେ ଉକ୍ତ ବ୍ୟକ୍ତି ଜଣଙ୍କ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଆଜି ପ୍ରଶାସନ ପକ୍ଷରୁ ତଥା ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ସେହି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି ।ସମ୍ପୂର୍ଣ ଅଞ୍ଚଳକୁ ନିଷିଦ୍ଧ କରାଯାଇଛି ।ପୋଲିସ ପ୍ରଶାସନ ସଜାଗ ରହିଛି ।

ମିଳିଥିବା ସୂଚନା ଅନୁସାରେ, ସେହି ବ୍ୟକ୍ତି ଜଣଙ୍କ ପୋଲିସ ଅଧିକାରୀ  ଡାକ୍ତରି ଟିମ୍  ବିଭିନ୍ନ ଅଧିକାରୀ ଗ୍ରାମାଞ୍ଚଳର ଅନେକ ଲୋକଙ୍କ ସମ୍ପର୍କରେ ଆସିଥିବା ଖବର ଆସିଛି।  ବ୍ରହ୍ମପୁରା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ପଞ୍ଚାୟତକୁ ଅନିର୍ଦ୍ଧିଷ୍‌ଟ କାଳ ପାଇଁ ସଟଡାଉନ୍‌ ଘୋଷଣା କରାଯାଇଛି । ସେହିପରି ସରପଞ୍ଚ ସଂଜୟ ସାହୁଙ୍କୁ ଗତ କାଲି ଠାରୁ୍ କ୍ବରେଣ୍ଟାଇନ୍‌ରେ ରଖା ଯାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.