Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଓଡିଶାର ବଢିନି କରୋନା ପଜିଟିଭ୍, ୧୧୦ଟି ନମୁନା ପରୀକ୍ଷଣରୁ ଆସିଛି ୧୦୮ଟି ନେଗେଟିଭ୍

24/03/2020 at 7:06 PM

ଭୁବନେଶ୍ଵର ୨୪।୦୩ :  ମାରାତ୍ମକ କରୋନା ଭାଇରସର ପ୍ରତିରୋଧ ଲାଗି ଓଡିଶା ସରକାର ବଡ ନିଷ୍ପତ୍ତି କ୍ରମେ ଆଜି ମଧ୍ୟ ରାତ୍ରରୁ ପୂରା ରାଜ୍ୟକୁ ଲକଡାଉନ୍ ଘୋଷଣା କରିଛନ୍ତି। ଓଡିଶାରେ କରୋନା ସ୍ଥିତି ଉଦ୍‌ବେଗଜନକ ନଥିଲେ ବି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି। ଓଡିଶାରେ କରୋନା ଭାଇରସ୍ ନିୟନ୍ତ୍ରଣରେ ରହିଛି। ଏ ଯାବତ୍ ୧୧୦ଟି ନମୁନା ପରୀକ୍ଷଣରୁ ୧୦୮ଟି ନେଗେଟିଭ୍‌ ଆସିଛି। ଏଥିରେ ‘କୌଣସି ନୂଆ ପଜିଟିଭ୍‌ ରିପୋର୍ଟ ନଥିବା ମଙ୍ଗଳବାର ଗୀତା ଗୋବିନ୍ଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

ବାଗ୍‌ଚୀ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ୧୦୪ ହେଲପ୍‌ଲାଇନ୍‌ ନମ୍ବରରେ ୩୮୬୧ ଜଣ ପଞ୍ଜିକୃତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ଅଦ୍ୟାବଧି ୧୧୦ଟି ନମୁନା ପରୀକ୍ଷଣରୁ ୧୦୮ଟି ନେଗେଟିଭ୍‌ ଆସିଛି। ଓଡିଶାରେ କରୋନା ପଜିଟିଭ୍ ସଂଖ୍ୟା ବଢିନଥିବା ବାଗଚୀ କହିଛନ୍ତି। ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଏକାଧିକ ରୋଗରେ ପୀଡ଼ିତ ୫୦ ବର୍ଷରୁ ଉର୍ଦ୍ଧ୍ଵ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି। ଏପ୍ରିଲ ୪ ପର୍ଯ୍ୟନ୍ତ ବିନା ପ୍ରମାଣ ପତ୍ରରେ ଏମାନଙ୍କୁ ଛୁଟି ମିଳିବ ବୋଲି ସେ କହିଛନ୍ତି।

ପ୍ରତ୍ୟେକ ଜିଲ୍ଲାରେ କରୋନା ଭୁତାଣୁର ମୁକାବିଲା ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପାଇଁ ବିଧାୟକ ଟଙ୍କା ଦେଇ ପାରିବେ। ଏହା ବିଧାୟକ ଲ୍ୟାଡ୍ ଫଣ୍ଡରୁ ମଞ୍ଜୁର ହୋଇ ପାରିବ ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି। କେବଳ ଏତିକି ନୁହଁ ଆଇସୋଲେସନ ସେଣ୍ଟର ପାଇଁ ବିଧାୟକ  MLA ଲ୍ୟାଡ୍‌ ଫଣ୍ଡରୁ ଟଙ୍କା ଦେଇ ପାରିବେ। ଏହି ପରି ଭାବେ କରୋନା ସହାୟତା ପାଇଁ MLA ଲ୍ୟାଡ୍‌ ଫଣ୍ଡରୁ ମଞ୍ଜୁରୀ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

ପୂରା ରାଜ୍ୟକୁ ଲକଡାଉନ୍ ଘୋଷଣା କରିବା ସହିତ ରାଜ୍ୟ ସରକାର ସମସ୍ତ ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ମେଡିକାଲରେ ନିର୍ମାଣ କାର୍ଯ୍ୟ ଚାଲିବ ବୋଲି ବାଗ୍‌ଚୀ କହିଛନ୍ତି। ଏହା ପୂର୍ବରୁ ଗତକାଲି ରାଜ୍ୟ ସରକାର ୧୪ ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିଥିଲେ। ଲକଡାଉନ ବେଳେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ସବୁ କିଛି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ଵରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫  ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଅତିକ୍ରମ କରିଛି। ଭାରତରେ କରୋନାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବଢି ୪୫୦ ଡେଇଁଥିବା ମୃତ୍ୟ ସଂଖ୍ୟା ୯ ହୋଇଛି।

   Related Posts