ଚିନ୍ତାରେ କରୋନାରେ ସଂକ୍ରମିତ ମଲାଇକା: କହିଲେ, 'କିଏ ଭ୍ୟାକସିନ୍ ତିଆରି କର, ନହେଲେ ଯୌବନ ଚାଲିଯିବ'

Published By : Prameya-News7 Bureau | September 13, 2020 IST

ମୁମ୍ବାଇ ୧୩/୦୯ : ନିକଟରେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା କରୋନା ସଂକ୍ରମଣ ଶିକାର ହୋଇଥିବା ଜଣାପଡିଥିଲା । ମଲାଇକା ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ଏନେଇ ସୂଚନା ଦେଇଥିଲେ । ସେ ସେଲ୍ଫ କ୍ଵାରେଣ୍ଟାଇନ୍ ଥିବା ମଧ୍ୟ ସୂଚନା ଦେଇଥିଲେ । ଏବେ ପୁଣି ମଲାଇକାଙ୍କ ଆଉ ଏକ ପୋଷ୍ଟ ସୋସାଇଲ୍ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ସେ ନିଜ ଇନ୍ସଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି, କିଏ ଭ୍ୟାକସିନ୍ ତିଆରି କରିଦିଅ, ନହେଲେ ଯୌବନ ଚାଲିଯିବ । ମଲାଇକାଙ୍କ ଏହି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେଲ୍ଫ କ୍ଵାରେଣ୍ଟାଇନ ଯୋଗୁଁ ସେ ଚିନ୍ତିତ ଅଛନ୍ତି । ତେବେ ମାଲିକ ଏହି ପୋଷ୍ଟ ମଜାକିଆ ଅନ୍ଦାଜରେ ପୋଷ୍ଟ କରିଥିବା ଜଣାପଡିଛି ।

{"id":329179,"sizeSlug":"large"}

ମଲାଇକା ଅରୋରାଙ୍କ ଠିକ ପୂର୍ବରୁ ଅର୍ଜୁନ କପୁର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅର୍ଜୁନ କପୁର ନିଜେ ସୋସିଆଲ୍ ମିଡ଼ିଆରେ ଏନେଇ ସୂଚନା ଦେଇଥିଲେ । ତାଙ୍କର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିବା ସେ କହିଥିଲେ । ଡାକ୍ତରଙ୍କ ପରାମର୍ଶ ସେ ନିଜକୁ ହୋମ୍ କ୍ଵାରେଣ୍ଟାଇନ୍ କରିଥିବା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.