ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ କରୋନା, ହ୍ବାଇଟହାଉସ୍ର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ
21/03/2020 at 10:36 AM

ୱାଶିଂଟନ ୨୧।୦୩ : ସାରାବିଶ୍ବ ପାଇଁ ଚିନ୍ତା ପାଲଟିଛି କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିସାରିଲାଣି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାର ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୨.୫ଲକ୍ଷ ଟପିସାରିଲାଣି । ସେପଟେ ବିଶ୍ବର ୧୮୫ଟି ଦେଶକୁ ବ୍ୟାପିସାରିଛି କରୋନା । କରୋନା ଯୋଗୁଁ ସାରାବିଶ୍ବ ଏବେ ଚିନ୍ତାରେ । ପ୍ରଥମେ ଚିନ୍, ପରେ ଇରାନ ଓ ଇଟାଲିରେ ଭୟଙ୍କର ରୂପ ନେଇ କରୋନା । ଆମେରିକାରେ ମଧ୍ୟ କରୋନା ପ୍ରଭାବ ଦିନକୁ ଦିନ ବଢିବାର ଲାଗିଛି । ବିଶ୍ବର ସୁରକ୍ଷିତ ସ୍ଥାନଗୁଡିକ ମଧ୍ୟରେ ହ୍ବାଇଟ୍ହାଉସ ଅନ୍ୟତମ । ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଆମେରିକାର ଉପ-ରାଷ୍ଟ୍ରପତି ମାଇକ ପେନେସଙ୍କ ସହିତ ନିଯୁକ୍ତ ଜଣେ ଅଧିକାରୀଙ୍କ ଠାରେ କରୋନା ପଜିଟିଭ ଦେଖାଦେଇଛି । ଏବଂ ତାଙ୍କ ଚିକିତ୍ସା ଜାରି ରହିଛି । ଏହି ଖବର ଆସିବା ପରେ ଆମେରିକାରେ ଲୋକେ ଅଧିକ ସଚେତନ ହୋଇଯାଇଛନ୍ତି । ସଂପୃକ୍ତ ବ୍ୟକ୍ତି କେଉଁ ଲୋକମାନଙ୍କ ସଂସ୍ପର୍ଶରେ ଆସିଥିଲେ, ଏବଂ କିପରି କରୋନାରେ ସଂକ୍ରମିତ ହୋଇଛନ୍ତି ତାହାର ଯାଞ୍ଚ କରାଯାଉଛି । ସବୁଠାରୁ ବଡ଼ କଥା ହେଲା ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ମାଇକ ପେନେଓ କିଛି ଦିନ ହେବ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନଥିଲେ ।

ଉପ-ରାଷ୍ଟ୍ରପତିଙ୍କ ପ୍ରେସ ସଚିବ କହିଛନ୍ତି ଯେ, ଉପ- ରାଷ୍ଟ୍ରପତି ମାଇକ ପେନେସଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁସାରେ ଏହା ତଦନ୍ତ ହେଉଛି । ସେ କେଉଁ ଲୋକଙ୍କ ସହିତ ସଂସ୍ପର୍ଶରେ ଆସିଥିଲେ । ତାହାର ଯାଞ୍ଚ ଚାଲିଛି ।