Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ

23/04/2021 at 12:01 PM

ବେଙ୍ଗାଲୁରୁ, ୨୩।୦୪: ଦେଶରେ ଏବେ ଭୟଙ୍କର ସ୍ଥିତିରେ ପହଁଚିଛି କରୋନା ଭାଇରସ । ସାରା ଦେଶ କରୋନାର ନୂଆ ଲହରର ସାମ୍ନା କରୁଛି । ଏହାମଧ୍ୟରେ କର୍ଣ୍ଣାଟକର ବିଦରରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ହସ୍ପିଟାଲ ବାହାରେ କୋଭିଡ୍ ଆକ୍ରାନ୍ତ ଫୁଟପାଥରେ ଶୋଇଥିବା ଦେଖିବାକୁ ମିଳିଛି । କାରଣ ହସ୍ପିଟାଲରେ ବେଡ୍ ନାହିଁ । ତେଣୁ ଆକ୍ରାନ୍ତଙ୍କୁ ବାହାରେ ଅପେକ୍ଷା କରିବାକୁ ପଡୁଛି ଓ ସେମାନେ ଫୁଟପାଥରେ ହିଁ ଶୋଇଯାଉଛନ୍ତି ।

ଏହି ଫଟୋ ବିଦର ଇନଷ୍ଟଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ବାହାରର ଅଟେ । ଫଟୋ ଭାଇରାଲ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ସ୍ରୀ କେ. ସୁଧାକର କହିଛନ୍ତି ଯେ, ବିଦରରେ କରୋନା ସ୍ଥିତି ଅତ୍ୟନ୍ତ ଖରାପ ରହିଛି ।ବୁଧବାର ବିଦରରେ ୨୦୨ଟି ମାମଲା ସାମ୍ନାକୁ ଆସିଥିଲା । ଏହାପରେ ମୋଟ୍ କେସ୍ ୧୪ ହଜାରରୁ ଅଧିକ ହୋଇଯାଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ବିଦରର ସ୍ଥିତିକୁ ନେଇ କହିଛନ୍ତି ଯେ, ବ୍ରିମସ୍ ହେଉଛି ଜିଲ୍ଲାର ସବୁଠାରୁ ବଡ ହସ୍ପିଟାଲ ଅଟେ । କିନ୍ତୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ । ଏଠାରେ ଲଗାତର ଭାବେ ବେଡ୍ ବଢାଇବାକୁ ପ୍ରୟାସ ଜାରି ରହିଛି ।

ବିଦରର ଡେପୁଟି କମିଶନର କହିଛନ୍ତି ଯେ, ଜିଲ୍ଲାରେ ବେଡ୍ ସଙ୍କଟ ନାହିଁ । ଯେଉଁମାନଙ୍କୁ ବେଡ୍ ଦରକାର ସେମାନଙ୍କୁ ବେଡ୍ ପ୍ରଦାନ କରାଯାଉଛି । ବ୍ରିମସର ପୁରୁଣା ହସ୍ପିଟାଲରେ ୪୫୦ ଓ ନୂଆରେ ୫୫୦ଟି ବେଡ୍ ରହିଛି । ଏହାସହ ଭୁଲ୍ ତଥ୍ୟ ଦେଉତିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

   Related Posts