କୋଭିଡ ପଜିଟିଭ ହେଲେ ବର: ପିପିଇ କିଟ୍ ପିନ୍ଧି ବିବାହ କଲେ କନ୍ୟା

Published By : Prameya-News7 Bureau | April 26, 2021 IST

କେରଳ ୨୬/୪: ପିପିଅ କିଟ୍ ପିନ୍ଧି ବିବାହ କଲେ କନ୍ୟା । କୋଭିଡ ପଜିଟିଭ ବର ଦେଲେ ମଥାରେ ସିନ୍ଦୁର । ଘଟଣା ଘଟିଛି କେରଳ ଥିରୁଭନ୍ତପୂରମରେ । ଏଠାରେ ଥିବା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏଭଳି ବିବାହ । ମଣ୍ଡପ ପାଲଟିଯାଇଥିଲା କୋବିଡ୍ ବେଡ । ଆଲ୍ଲାପ୍ପୁଜା କେନାକାରୀରେ ରୁହନ୍ତି ଶରତ ଓ ଅଭରାମୀ ।   ବିଦେଶରେ ଚାକିରୀ କରୁଥିବା ଶରତ ବିବାହ ପାଇଁ ଭାରତ ଆସିଥିଲେ । ଆଉ ବିବାହ ପାଇଁ କିଣାକିଣି କରୁଥିବା ସମୟରେ ସେ  କରୋନାରେ ସଂକ୍ରମିତ ହୋଇଥିଲେ ।

ଏପରିକି ଶରତଙ୍କ ମାଆ ମଧ୍ୟ ସଂକ୍ରମିତ ହୋଇଥିଲେ । ଫଳରେ ଉଭୟ ମାଆ ଓ ପୁଅଙ୍କୁ ଚିକିତ୍ସା ପାଇଁ ଆଲାପ୍ପୁଜା ମଡିକାଲର କୋଭିଡ ଓ୍ୱାର୍ଡରେ ଭର୍ତ୍ତି ହୋଇଥିଲେ । ଏପଟେ ବିବାହ ତାରିଖ ବି ପାଖେଇ ଆସୁଥିଲା । ଅର୍ଥାତ୍ ଏପ୍ରିଲ୍ ୨୫ରେ ଥିଲା ବିବାହ ଲଗ୍ନ । ଶେଷରେ ଏକଥା ଜଣାପଡିବା ପରେ ଦୁଇ ପରିବାର ବିବାହ ଘୁଞ୍ଚାଇବା ବଦଳରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ କଲେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ମତାମତ ଲୋଡିଥିଲେ ।

wp:gallery {"ids":[444383],"linkTo":"none"} /wp:gallery

ପରିଶେଷରେ ଆଲ୍ଲାପ୍ପୁଜା ମେଡିକାଲ କଲେଜ କୋଭିଡ ଓ୍ୱାର୍ଡରେ ଅନୁଷ୍ଠିତ ହୋଇଥିଲା ବିବାହ । ଆଉ ବିବାହ କରିବାକୁ କନ୍ୟାକୁ ଓ ଅନ୍ୟ ସଂପର୍କୀୟଙ୍କୁ ପିନ୍ଧିବାକୁ ପଡିଥିଲା ପିପିଇ କିଟ୍ । ପରେ ବୈଦିକ ରୀତିନୀତି ଅନୁସାରେ ହସ୍ପିଟାଲରେ ବର କନ୍ୟା ଉଭୟ ଉଭୟଙ୍କୁ ମାଳା ପିନ୍ଧାଇବା ସହ ବର କନ୍ୟା ମଥାରେ ସିନ୍ଦୁର ଦେଇଥିଲେ । ପରେ ପୁଅ ବୋହୁ କରୋନାରେ ପୀଡିତ ମାଆଙ୍କ ଆଶିଷ ନେଇଥିଲେ। ଦେଶରେ ଲକଡାଉନ ହେତୁ ଅନେକ ସ୍ଥାନରେ ବିବାହ ଆଦି କାର୍ଯ୍ୟକ୍ରମର କଟକଣା ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.