ବେଲଗାମ୍ କରୋନା ଭାଇରସ : ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର କୋଭିଡ୍ ପଜିଟିଭ୍

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ,୨୦/୦୪: ଦେଶରେ କରୋନାର ଗତି ବେଲଗାମ ହୋଇପଡିଛି । ଏବେ ନୂଆ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିର୍ବାଚନ ଆୟୋଗଙ୍କ ୨ ବରିଷ୍ଠ ଅଧିକାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଭୟର ବାତାବରଣ ଖେଳିଯାଇଛି । ସୂଚନାଯୋଗ୍ୟ, ସୁନିଲ ଆରୋରାଙ୍କ ପରେ ସୁଶୀଳ ଚନ୍ଦ୍ରା ମୁଖ୍ୟ ନିର୍ବାଚନ ଆୟୋଗ ଭାବେ ଦାୟିତ୍ୱ ନେଇଥିଲେ ।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୭୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୭୬୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ହଜାର ୦୮୯ରେ ପହଞ୍ଚିଛି।

ଏତତ୍ ବ୍ୟତୀତ  ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୩୧ ଲକ୍ଷ ୮ ହଜାର ୫୮୨ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୦୩୧୯୭୭।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.