୮୦୦ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ପଜିଟିଭ ଡାକ୍ତର, ପତ୍ନୀ ଓ ଝିଅ ମଧ୍ୟ ସଂକ୍ରମିତ

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ, ୨୬|୦୩ :  ଦିଲ୍ଲୀରେ ଜଣେ କରୋନା ସଂକ୍ରମିତ ଡାକ୍ତର ୮୦୦ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହି ୪୯ ବର୍ଷୀୟ ଡାକ୍ତରଜଣଙ୍କ ସହଦରାର ମୋହଲା କ୍ଲିନିକରେ କାର୍ଯ୍ୟ କରୁଥିଲ । କରୋନା ଟେଷ୍ଟ ପଜିଟିଭ ଆସିବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତିନ୍ଦର ଜୈନ ସୂଚନା ଦେଇଛନ୍ତି ।

{"id":244457,"width":754,"height":424,"sizeSlug":"large"}

ଗତ ୨୧ ତାରିଖରେ ଡାକ୍ତରଙ୍କ କରୋନା ଟେଷ୍ଟ୍ କରାଯାଇଥିଲା । ଟେଷ୍ଟରେ ତାଙ୍କର କରୋନା ପଜିଟିଭ୍ ଥିବା ରିପୋର୍ଟ ଆସିଥିଲା । ସାଉଦୀରୁ ଫେରିଥିବା ଜଣେ ୩୮ ବର୍ଷୀୟା ମହିଳା ତାଙ୍କ କ୍ଲିନିକକୁ ଯିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଡାକ୍ତରଙ୍କ ପତ୍ନୀ ଓ ଝିଅଙ୍କ କରୋନା ଟେଷ୍ଟ୍ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି ।

ଏହି ମାମଲା ପରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.