Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

କରୋନା ହଟ୍‌ସ୍ପଟ ପାଲଟିଛି ବସ୍ତି : ଚିନ୍ତା ବଢାଉଛନ୍ତି ସଂକ୍ରମିତ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ…

29/07/2020 at 1:19 PM

ଭୁବନେଶ୍ୱର,୨୯।୭ : ଜୁଲାଇ ମାସ ରାଜଧାନୀ ପାଇଁ ବିପଜ୍ଜନକ ପାଲଟିଛି । ଏହି ମାସରେ ସଂକ୍ରମଣ ତଳୁ ଯାଇ ପୂରା ଶିଖରରେ ପହଞ୍ଚିଛି । କଲୋନୀ ସବୁଠୁ ଅଧିକ ସଂକ୍ରମିତ ହୋଇଛି ସତ, କିନ୍ତୁ ସବୁଠୁ ସମ୍ବେଦନଶୀଳ ବସ୍ତି ଅଞ୍ଚଳ ବି କରୋନା ଆଁରୁ ବର୍ତ୍ତିନି । ଏ ମାସରେ ମୋଟ ୪୯ଟି ବସ୍ତିକୁ କରୋନା କବ୍‌ଜା କରିସାରିଛି । ତ୍ରିନାଥ ବସ୍ତିରୁ ତପୋବନ ବସ୍ତି ଓ ହରିନଗରରୁ ହଳଦିପଡିଆ ବସ୍ତିରେ ଭୂତାଣୁ ପଶିଛି । ଜୁଲାଇ ମାସ ୧ ତାରିଖରୁ ୨୮ ତାରିଖ ସୁଦ୍ଧା ରାଜଧାନୀରେ ମୋଟ ୨୦୩୩ ସଂକ୍ରମିତ ଧରା ପଡିଛନ୍ତି । ଏଥିରୁ ୧୭୧୦ଜଣ ସଂକ୍ରମିତ ଅଣବସ୍ତି ଅଞ୍ଚଳରୁ ବାହାରିଛନ୍ତି । ବାକି ୩୨୩ ଜଣ ବସ୍ତିରୁ ଠାବ ହୋଇଛନ୍ତି । ରାଜଧାନୀରେ ୪୦୦ରୁ ଅଧିକ ବସ୍ତି ରହିଛି । କିନ୍ତୁ କେବଳ ଜୁଲାଇ ମାସରେ ୪୯ଟି ବସ୍ତିରେ କରୋନା ପଶିଛି।

୧୦ଟି ବସ୍ତିରେ ସବୁଠୁ ଅଧିକ ସଂକ୍ରମିତ ବାହାରିଛନ୍ତି । ହଟସ୍ପଟ୍‌ ତାଲିକାରେ ନମ୍ବର-୧ରେ ରହିଛି ନୂଆପଲ୍ଲୀର ତ୍ରିନାଥ ବସ୍ତି । ଏଠାରେ ମଙ୍ଗଳବାର ସୁଦ୍ଧା ୮୦ ଆକ୍ରାନ୍ତ ବାହାରିଛନ୍ତି । ଏ ବସ୍ତିକୁ ବିଏମସି କଣ୍ଟେନମେଣ୍ଟ ଜୋନ୍‌ କରି ରଖିଛି । ସୋମବାର ଏଠାରୁ ଏକାଥରକେ ୪୫ ଆକ୍ରାନ୍ତ ବାହାରିଥିଲେ । ବସ୍ତିର ଜଣଙ୍କ ଘରକୁ ଗଞ୍ଜାମ ଜିଲ୍ଲାରୁ କୁଣିଆ ବୁଲିବାକୁ ଆସି ଏଭଳି ସଂକ୍ରମଣ ବ୍ୟାପିଥିଲା । ସାଲିଆ ସାହିରୁ ଏବେସୁଦ୍ଧା ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଆଦିବାସୀ ଗାଁରୁ ଅଧିକ ସଂକ୍ରମିତ ଅଛନ୍ତି । ସାଲିଆ ସାହି ରାଜଧାନୀର ସବୁଠୁ ବଡ ବସ୍ତି । ଏଠାରେ ଲୋକସଂଖ୍ୟା ପ୍ରାୟ ଦେଢ ଲକ୍ଷ ହେବ । ଏଠାରେ ଦିନକୁ ଦିନ ସଂକ୍ରମଣ ବ୍ୟାପିଚାଲିଛି । ସାଲିଆ ସାହିରୁ ଆଜି ୧୪ ଆକ୍ରାନ୍ତ ଧରାପଡିଛନ୍ତି । ଏଥିରୁ ୩ଜଣ ସ୍ଥାନୀୟ ସଂକ୍ରମିତ ।

ସାଲିଆ ସାହି ପରେ ମହିଷାଖାଲ ହରିନଗର ବସ୍ତିରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ମଙ୍ଗଳବାର ସୁଦ୍ଧା ଏଠାରୁ ୪୫ ଆକ୍ରାନ୍ତ ଠାବ ହୋଇଛନ୍ତି । ଏହା ପରେ ନୂଆପଲ୍ଲୀ ସୀତାପୁର ବସ୍ତିରୁ ଏବେଯାଏ ୩୪ ସଂକ୍ରମିତ ଚିହ୍ନଟ ହେଲେଣି । ନୂଆପଲ୍ଲୀ ଗଣପତିନଗର ବସ୍ତି ଓ ୟୁନିଟ୍‌-୧ ଆଖଣ୍ଡଳମଣି ବସ୍ତିରେ ବି ସଂକ୍ରମଣ ଭୟାନକ ଭାବେ ଆଗକୁ ପାହୁଣ୍ଡ ପକାଇ ଯାଉଛି । ୟୁନିଟ୍‌-୯ ବାୟା ବାବା ମଠ ବସ୍ତି ରାତାରାତି ହଟସ୍ପଟ୍‌ ପାଲଟିଛି । ଆଗରୁ ଏଠାରେ ଜଣେ ମାତ୍ର ମହିଳା ସଂକ୍ରମିତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସି ବସ୍ତିର ୧୯ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ଆଚାର୍ଯ୍ୟବିହାରର ବିଶେଶ୍ୱର ବସ୍ତିରୁ ୬ ଓ ୟୁନିଟ୍‌-୪ ଏମଏଲଏ କଲୋନୀରୁ ୯ ସଂକ୍ରମିତ ବାହାରିବା ବି ଚିନ୍ତା ବଢାଇଛି ।

୧୬% ଆକ୍ରାନ୍ତ ବସ୍ତିବାସିନ୍ଦା
ଜୁଲାଇ ମାସରେ ରାଜଧାନୀରୁ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିରୁ ୧୬ପ୍ରତିଶତ ହେଉଛନ୍ତି ବସ୍ତିରୁ । ଜୁଲାଇ ୧ ତାରିଖରେ ସହରରେ ଆକ୍ରାନ୍ତ ସଂଖ୍ୟା ଥିଲା ୩୩୨ । ଜୁଲାଇ ୨୮ ତାରିଖ ବେଳକୁ ଆକ୍ରାନ୍ତ ସଂଖ୍ୟା ୨୩୬୫ରେ ପହଞ୍ଚିଥିଲା । ୨୮ ଦିନରେ ମୋଟ ୨୦୩୩ ନୂଆ ସଂକ୍ରମିତ ବାହାରିଥିଲେ । ଏଥିରୁ ବସ୍ତିରୁ ୩୨୩ ସଂକ୍ରମିତ ଥିବାବେଳେ ଅଣବସ୍ତିରୁ ୧୭୧୦ ଅଛନ୍ତି । ଅଣବସ୍ତି ବା କଲୋନୀ ତୁଳନାରେ ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା କମ୍‌ । କିନ୍ତୁ ବସ୍ତି ଅଞ୍ଚଳରେ ସଂକ୍ରମଣ ବିପଦ ଅଧିକ ଥିବାରୁ ଏହା ବିପଜ୍ଜନକ ପାଲଟିଛି ।

ଜୁଲାଇରେ କେଉଁ ବସ୍ତିରୁ କେତେ…
ଜୁଲାଇ ମାସରେ ମୋଟ ୪୯ଟି ବସ୍ତିରୁ ୩୨୩ ଆକ୍ରାନ୍ତ ବାହାରିଛନ୍ତି । ନୂଆପଲ୍ଲୀ ତ୍ରିନାଥ ବସ୍ତିରୁ ୮୦, ସାଲିଆ ସାହିରୁ ୫୭, ହରିନଗର ବସ୍ତିରୁ ୪୫, ସୀତାପୁରରୁ ୩୪, ଗଣପତିନଗରରୁ ୧୪, ୟୁନିଟ୍‌-୧ ଆଖଣ୍ଡଳମଣି ବସ୍ତିରୁ ୧୦, ବାୟାବାବା ମଠ ବସ୍ତିରୁ ୨୦, ନୂଆପଲ୍ଲୀର ଗାନ୍ଧି ବସ୍ତିରୁ ୮, ବିଶେଶ୍ୱର ବସ୍ତିରୁ ୬, ଏମଏଲଏ କଲୋନୀ ବସ୍ତିରୁ ୯, ଗଣପତିନଗର ବସ୍ତିରୁ ୪, ୟୁନିଟ୍‌-୮ ହଳଦିପଡିଆ ବସ୍ତିରୁ ୩, ମହିଷାଖାଲରୁ ୨, ନୀଳାଦ୍ରିବିହାର ଆଖଣ୍ଡଳମଣି ବସ୍ତିରୁ ୩, ଗୋପବନ୍ଧୁନଗର ବସ୍ତିରୁ ଜଣେ, ଲକ୍ଷ୍ମୀବିହାର ବସ୍ତିରୁ ଜଣେ, ଭୀମପୁର ବସ୍ତିରୁ ଜଣେ, ଶିଖରଚଣ୍ଡୀ ବସ୍ତିରୁ ଜଣେ, ବାପୁଜୀନଗର ଝରଣା ବସ୍ତିରୁ ୨ଜଣ, ୟୁନିଟ୍‌-୫ କେଶରୀନଗର ବସ୍ତିରୁ ଜଣେ, ଚକେଇସିଆଣୀ ହାଡବାଇ ବସ୍ତିରୁ ଜଣେ ସଂକ୍ରମିତ ବାହାରିଛନ୍ତି ।
ଭୋଇନଗରରୁ ଜଣେ, ଧିରିକୁଟ ବସ୍ତିରୁ ୨ଜଣ, ପାତ୍ରପଡା ଫୁଲେଶ୍ୱରୀ ବସ୍ତିରୁ ଜଣେ, ଟ୍ରାଇଡେଣ୍ଟ କଲେଜ ପାଖ ମହାବୀର ବସ୍ତିରୁ ଜଣେ, ୟୁନିଟ୍‌-୭ ସୂର୍ଯ୍ୟନଗର ବସ୍ତିରୁ ଜଣେ, ଗଙ୍ଗନଗର ମଙ୍ଗଳା ବସ୍ତିରୁ ଜଣେ, ଡୁମୁଡୁମା ମା ମଙ୍ଗଳା ବସ୍ତିରୁ ଜଣେ, ଖଣ୍ଡଗିରି ତପୋବନ ବସ୍ତିରୁ ଜଣେ, ପୋଖରୀପୁଟ କାର୍ଗିଲ୍‌ ବସ୍ତିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପଳାଶୁଣୀ ଆଖଣ୍ଡଳମଣି ବସ୍ତିରୁ ୨ଜଣ, ପିଚୁପଡିଆ ବସ୍ତିରୁ ଜଣେ, ୟୁନିଟ୍‌-୬ ଶବର ସାହି ବସ୍ତିରୁ ଜଣେ, ଡୁମୁଡୁମା ସୁବାସନଗର ବସ୍ତିରୁ ଜଣେ, ୟୁନିଟ୍‌-୬ ରାଧାକୃଷ୍ଣ ତଳବସ୍ତିରୁ ଜଣେ, ଭୀମଟାଙ୍ଗି ପିପୁଲସ୍‌ ବସ୍ତିରୁ ଜଣେ, ରାମପୁର ବସ୍ତିରୁ ଜଣେ, ଶ୍ରଦ୍ଧାପଲ୍ଲୀ ବସ୍ତିରୁ ୨ଜଣ, ଡୁମୁଡୁମା ରଘୁନାଥନଗର ବସ୍ତିରୁ ଜଣେ, ସାଇନ୍ସପାର୍କ ବସ୍ତିରୁ ଜଣେ, ନୀଳାଦ୍ରିବିହାର ଇଶାନେଶ୍ୱର ବସ୍ତିରୁ ୨ ଓ ଆଖଣ୍ଡଳମଣି ବସ୍ତିରୁ ୩, ସୀତାରାମ ବସ୍ତିରୁ ୩, ୟୁନିଟ୍‌-୧ ଗେଟ୍‌ ବସ୍ତିରୁ ଜଣେ ଓ ତାଟି ବସ୍ତିରୁ ଜଣେ, ଫାୟାରଷ୍ଟେସନ ବସ୍ତିରୁ ୪, ପଥରବନ୍ଧ ବସ୍ତିରୁ ଜଣେ, ମଞ୍ଚେଶ୍ୱର ଦଶରାଜା ବସ୍ତିରୁ ଜଣେ, ବଡଗଡ କଳିଙ୍ଗବସ୍ତିରୁ ଜଣେ, ସହିଦନଗର ଶାନ୍ତିପଲ୍ଲୀ ବସ୍ତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

   Related Posts