ଅଢେଇ ମାସ ପରେ ହେଲା କରୋନା ପଜିଟିଭଙ୍କ ଅନ୍ତ୍ୟେଷ୍ଟି, ୧୫ ହଜାର ଟଙ୍କା ପାଇଁ ହସ୍ପିଟାଲରେ ପଡିରହିଥିଲା ମୃତଦେହ

Published By : Prameya-News7 Bureau | July 02, 2021 IST

ହାପୁର ୨/୭ : ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା । ପାଖାପାଖି ଅଢେଇ ମାସ ଧରି ହସ୍ପିଟାଲରେ ପଢିରହିଲା କରୋନା ପଜିଟିଭଙ୍କ ମୃତଦେହ । ଶେଷରେ ଏନଜିଓ ସହାୟତାରେ ହୋଇଛି ଶେଷକୃତ୍ୟ । ମାମଲା ସିଟି କୋଟୱାଲୀ ଅଞ୍ଚଳର ଅଟେ । ମୃତକ ଜଣଙ୍କ ଏପ୍ରିଲ ମାସରେ କରୋନା ପଜିଟିଭ୍ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ମେରଠ ରେଫର୍ କରାଯାଇଥିଲା ।

ମେରଠରେ ଚିକିତ୍ସା ସମୟରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଥାଉକି, ମୃତ ଯୁବକଙ୍କ ମୃତଦେହ ଛାଡିବାକୁ ହସ୍ପିଟାଲ ପକ୍ଷରୁ ଦାବି ହୋଇଥିଲା ୧୫ ହଜାର ଟଙ୍କା । ତେବେ ମୃତକଙ୍କ ପତ୍ନୀଙ୍କ ନିକଟରେ ଏତେ ଟଙ୍କା ନଥିଲା । ସେଥିପାଇଁ ସେ ଟଙ୍କା ଯୋଗାଡ କରିବାକୁ ହାପୁରକୁ ଆସିଥିଲେ । ସେଠାରେ କିଛି କାମ ନହେବାରୁ ସେ ତାଙ୍କର ଦୁଇ ପିଲାଙ୍କ ସହ ତାଙ୍କ ଗାଁକୁ ଯାଇଥିଲେ ।

ଏମିତି ଭାବେ ଦୀର୍ଘ ଅଢେଇ ମାସ ବିତିଗଲା । ଆଉ ଡାକ୍ତରାଖାନାରେ ପଡିରହିଥିଲା ମୃତଦେହ । ଅଢେଇ ମାସ ପରେ ମଧ୍ୟ ମୃତଦେହ ସଂଗ୍ରହ କରିବାକୁ କେହି ଆସିନଥିଲେ । ଫଳରେ ମେରଠ ଡାକ୍ତରଖାନା ମୃତଦେହକୁ ହାପୁର ସ୍ୱାସ୍ଥ୍ୟ ବିଭାଗକୁ ପଠାଇଥିଲା । ତିନି ଦିନ ପୂର୍ବରୁ ହାପୁର ସ୍ୱାସ୍ଥ୍ୟ ବିଭାଗ ଜିଏସ ମେଡିକାଲ କଲେଜରେ ରଖାଯାଇଥିଲା । ପରେ ପ୍ରଶାସନ ସହାୟତାରେ ସମ୍ପର୍କୀୟଙ୍କୁ ଖୋଜିବା ଆରମ୍ଭ କରିଥିଲା ।

ପରେ ସମ୍ପର୍କୀୟମାନେ ଜାଣିବା ପରେ ମୃତଦେହ ସେମାନଙ୍କୁ ଦିଆଯାଇଥିଲା । ଆଉ ଏନଜିଓ ସହାୟତାରେ ମୃତେଦହ ସତ୍କାର କରାଯାଇଥିଲା । ସେପଟେ ହାପୁର CHC ର ଦାୟିତ୍ୱରେ ଥିବା ଡାକ୍ତର ଦୀନେଶ ଖତ୍ରି ଏହି ଅଭିଯୋଗକୁ ଖଣ୍କଡନ କରିଛନ୍ତି । ସେ କହିଛନ୍ତି ଯେ ମୃତକଙ୍କ ଭାଇଙ୍କୁ ମେରଠ ଡାକ୍ତରଖାନାରେ ପଜିଟିଭ୍ ବିଷୟରେ କୁହାଯାଇଥିଲା ।

କିନ୍ତୁ ସେ ଏହା ଶୁଣିବା ପରେ ପଳାଇ ଯାଇଥିଲେ । ସେବେଠାରୁ ସେ ମୋବାଇଲ୍ ବନ୍ଦ କରିଦେଇଛନ୍ତି । ପରେ ମୃତକଙ୍କ ଘର ମାଲିକ ଏବଂ ମୃତକଙ୍କ ପତ୍ନୀଙ୍କୁ ଆସିବା ପରେ ମୃତଦେହ ତାଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଦେହର ଶେଷ ରୀତିନୀତି ମଧ୍ୟ ଏକ ଏନଜିଓ ମାଧ୍ୟମରେ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.