Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରାପଡାରେ ଚିହ୍ନଟ ହେଲେ ଆଉ ୧୩ କରୋନା ସଂକ୍ରମିତ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି

14/05/2020 at 12:49 PM

କେନ୍ଦ୍ରାପଡା ୧୪।୫: ରାଜ୍ୟରେ କରୋନା ସ୍ଥିତି ଅଣାୟତ । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ରାପଡା ଜିଲ୍ଲାରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ସଂକ୍ରମିତ କେନ୍ଦ୍ରାପଡା, ମହାକାଳପଡା ଏବଂ କନିକା ବ୍ଲକ୍ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସମସ୍ତ ସୁରଟରୁ ଫେରିଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ସମସ୍ତ ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ଗୁରୁବାର ସକାଳେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଥିଲା । ଚିହ୍ନଟ ହୋଇଥିବା ୭୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୧୭, ଭଦ୍ରକ ଜିଲ୍ଲାରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୩, ସୁନ୍ଦରଗଡ ଜିଲ୍ଲାରୁ ୨ଜଣ ରହିଛନ୍ତି । ଏବେ ପୁଣି କେନ୍ଦ୍ରାପଡା ଜିଲ୍ଲାରେ ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

   Related Posts