Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୨ ସଂକ୍ରମିତ, ୧୦୩ ଛୁଇଁଲା କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା

12/06/2020 at 1:32 PM

ଭୁବନେଶ୍ବର ୧୨।୬: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ଆଉ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସୁସ୍ଥ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୨ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ଏଥିମଧ୍ୟରୁ ୫୯ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪୦ଟି ଆକ୍ଟିଭ୍ କେସ୍ ରହିଛି ।

ବିଏମସି ପକ୍ଷରୁ କରାଯାଇଥିବା ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଗାଡକଣ ଅଞ୍ଚଳର ୪୬ ବର୍ଷ ବୟସ୍କା ମହିଳା ରହିଛନ୍ତି । ମହିଳା ଜଣଙ୍କ ଆପୋଲୋ ହସ୍ପିଟାଲର କର୍ମଚାରୀ । ସେହିପରି ଅନ୍ୟ ଜଣେ ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷ ବୟସ୍କ ଯୁବକ ରହିଛନ୍ତି । ଯୁବକ ଜଣଙ୍କର ସଂପର୍କୀୟ ସଂକ୍ରମିତ ଅଛନ୍ତି ।

ସେହିପରି ସୁସ୍ଥ ହୋଇଥିବା ୪ ଜଣଙ୍କ ମଧ୍ୟରେ ଜିଜିପି କଲୋନୀର ବାଲିଆପଠା ବସ୍ତିର ଜଣେ ୪୦ ବର୍ଷ ବୟସ୍କ, ଘାଟିକିଆ ସ୍ଥିତ କଳିଙ୍ଗ ଷ୍ଟୁଡିଓ ବସ୍ତିର ୨୬ ବର୍ଷ ବୟସ୍କ, ଜୁମୁଡୁମା ସ୍ଥିତ ରଘୁନାଥନଗରର ୫୦ ବର୍ଷ ବୟସ୍କ ଏବଂ ନୟାଗଡ ଜିଲ୍ଲାର ସ୍ଥାୟୀ ବାସିନ୍ଦା ୩୭ ବର୍ଷ ବୟସ୍କ ବ୍ୟକ୍ତି ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୩୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

   Related Posts