Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା : ହଷ୍ଟେଲ ଖାଲି କରିବାକୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ, ହଷ୍ଟେଲ ଛାଡିବାକୁ ଛାତ୍ରମାନେ ନାରାଜ

26/07/2020 at 4:54 PM

କଟକ ୨୬।୭: ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା । ରେଭେନ୍ସା କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଶ୍ବବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ହଷ୍ଟେଲରେ ରହିଯାଇଥିବା କିଛି ଛାତ୍ରଙ୍କ ମଧ୍ୟରେ କରୋନା ଚିହ୍ନଟ ହେବା ପରେ ଦେଖା ଦେଇଛି ଭୟର ବାତାବରଣ । ହଷ୍ଟେଲ ଖାଲି କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ବର୍ତ୍ତମାନ ପରିସ୍ଥିତିରେ ହଷ୍ଟେଲ ଛାଡିବାକୁ ଛାତ୍ରମାନେ ନାରାଜ । ସେପଟେ ବହୁ ପୂର୍ବରୁ କ୍ୟାମ୍ପସ ଖାଲିକରିବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ ସୁଦ୍ଧା ଛାତ୍ରମାନେ ହଷ୍ଟଲ ଛାଡି ନଥିବା କହିଛନ୍ତି ରେଭେନ୍ସା ବିଶ୍ବ ବିଦ୍ୟାଳୟ କୁଳପତି । ଏବେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆବଶ୍ୟକ ଅନୁସାରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁଳପତି ସୂଚନା ଦେଇଛନ୍ତି ।

ରେଭେନ୍ସା ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ ଛୁଇଁଛି ମହାମାରୀ କରୋନା । କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର ପଜିଟିଭ ସଂକ୍ରାନ୍ତରେ ରିପୋର୍ଟ ଆସିବା ପରେ କ୍ୟାମ୍ପସରେ ଖେଳି ଯାଇଛି ଭୟର ବାତାବରଣ । ରେଭେନ୍ସା ବିଶ୍ବ ବିଦ୍ୟାଳୟ ବନ୍ଦ ହେବା ସତ୍ତ୍ବେ କିଛି ଛାତ୍ର ହଷ୍ଟେଲରେ ରହିଛନ୍ତି । ନିୟୁ ପିଜି, ପିଜି ଓ ଓ୍ବେଷ୍ଟ ହଷ୍ଟେଲରେ ମିଶି ମୋଟ୍ ୨୫ ଜଣ ଛାତ୍ର ରହିଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଛାତ୍ରମାନେ ଭୟ ଓ ଆଶଙ୍କରେ ରହିଥିବା ବେଳେ କ୍ୟାମ୍ପସ ଖାଲି କରିବାକୁ କହିଛନ୍ତି କର୍ତ୍ତୃପକ୍ଷ । ତେବେ ବର୍ତ୍ତମାନ ଲକ୍ ଡାଉନ୍ ପରିସ୍ଥିତରେ ଛାତ୍ରମାନେ କୁଆଡେ ଯିବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ହଷ୍ଟେଲରେ ଥିବା ଛାତ୍ରମାନେ ଦୂରଦୂରାନ୍ତରୁ ଆସିଥିବାରୁ ଏବେ କ୍ୟାମ୍ପସ ଛଆଡିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଛାତ୍ରମାନେ ରହିଥିବା ହଷ୍ଟେଲକୁ ବିଶୋଧନ କରିବା ସହ ଛାତ୍ରମାନଙ୍କ କରୋନା ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି ।

ରେଭେନ୍ସା ବିଶ୍ବବିଦ୍ୟାଳୟ ବନ୍ଦ ହେବା ପୂର୍ବରୁ ସମସ୍ତଙ୍କୁ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ କୁଳପତି । ଏପରିକି ସମସ୍ତେ ହଷ୍ଟେଲ ଖାଲି କରିବାକୁ ମଧ୍ୟ କୁହାଯାଇଥିଲା । ହେଲେ କିଛି ଛାତ୍ର ଏହାକୁ ମାନି ନଥିଲେ । କର୍ତ୍ତୃପକ୍ଷ କ୍ୟାମ୍ପସ ଖାଲି କରିବାକୁ ବହୁବାର ଅନୁରୋଧ କିରବା ପରେ ମଧ୍ୟ ଛାତ୍ରମାନେ ହଷ୍ଟେଲ ଛାଡି ନଥିଲେ । ତେବେ ବର୍ତ୍ତମାନ କରୋନା ପଜିଟିଭ ବାହାରିବା ପରେ ରେଭେନ୍ସା କ୍ୟାମ୍ପସକୁ ବିଶୋଧନ କରାଯିବା ସହ ଆବଶ୍ୟକ ଆନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ରେଭେନ୍ସା ବିଶ୍ବ ବିଦ୍ୟାଳୟ କୁଳପତି ।

ଗୋଟିଏ ପଟେ କରୋନା ଆଉ ଗୋଟିଏ ପଟେ ହଷ୍ଟଲରେ ରହିଥିବା ଛାତ୍ର ମାନଙ୍କ ପାଇଁ କିଭଳି ବ୍ୟବସ୍ଥା କରାଯିବ ସେ ନେଇ ଏବେ ରେଭେନ୍ସା ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଦ୍ବନ୍ଦରେ ।

   Related Posts