ଦେଶରେ ୮ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା , ୨୭୩ ଜଣଙ୍କର ଗଲାଣି ଜୀବନ

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣ କମିବାର ନାଁ ନେଉନାହିଁ । ଭାରତରେ ୮ ହଜାର ୩୫୬ଜଣ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହାସହ ଏପର୍ଯ୍ୟନ୍ତ ୨୭୩ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ଭାଇରସ୍ ଦ୍ବାରା ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୭୬୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୮୭ ଜଣ ସଂକ୍ରମିତ ହୋଇଛନ୍ତି । ଗୋଟିଏ ଦିନ ମଧ୍ୟରେ ମୁମ୍ବାଇରେ ୧୩୮ଜଣ ସଂକ୍ରମିତ ହୋଇଛନ୍ତି ।

{"id":252768,"sizeSlug":"large"}

ଏଥି ସହିତ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ହଜାରେରୁ ଅଧିକ ହୋଇଛି । ରବିବାର ଦିନ ଦିଲ୍ଲୀରେ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା (COVID-19) ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଦେଶରେ ଲକ୍ ଡାଉନ୍ ବଢିବାର ସମ୍ଭାବନା ରହିଛି ।

{"id":252769,"sizeSlug":"large"}

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୯ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କରୋନୋ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ୮୩୫୬କୁ ବୃଦ୍ଧି ପାଇଛି ।ଯେଉଁଥିରେ ୭୩୬୭ ସକ୍ରିୟ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା କାରଣରୁ ୨୭୩ ଜଣଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ୭୧୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

{"id":252770,"sizeSlug":"large"}

କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଓଡିଶା, ପଞ୍ଜାବ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକ୍ ଡାଉନ୍ ବଢାଇଦେଇଥିବା ନେଇ ଘୋଷଣା କରିଦେଇଛନ୍ତି । ଏହାସହ ଉତ୍ତରାଖଣ୍ଡ ମଧ୍ୟ ଲକଡାଉନ୍ ଅବଧି ଅପ୍ରେଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.