ମୁଣ୍ଡବିନ୍ଧା ପାଲଟିଛି ହସ୍ପିଟାଲ ସଂକ୍ରମଣ : ଏବେ ସୁଦ୍ଧା ରାଜଧାନୀରୁ ୩୧୪ ଆକ୍ରାନ୍ତ ଚିହ୍ନଟ, ୩ ହସ୍ପିଟାଲ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | June 29, 2020 IST

ଭୁବନେଶ୍ୱର ୨୯/୦୬ : ଏବେ ସ୍ଥାନୀୟ ସଂକ୍ରମଣ ହିଁ ନାକରୁ ପାଣି ବାହାର କଲାଣି।  ଭୁବନେଶ୍ବରରେ ୨୫ ଆକ୍ରାନ୍ତ ଚିହ୍ନଟ ହେଲେ ଆଉ ସେଥିରୁ ୨୩ ଜଣ ହିଁ ସ୍ଥାନୀୟ ଆକ୍ରାନ୍ତ। ଯଦିଓ ଏମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ କିନ୍ତୁ ବସ୍ତି ଅଞ୍ଚଳରୁ ଅଧିକରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ବାହାରୁଛନ୍ତି। ବସ୍ତିରେ ହୁ ହୁ ମାଡି ଚାଲିଛି ସଂକ୍ରମଣ। ସେମିତି ହସ୍ପିଟାଲରେ ସଂକ୍ରମଣ ମଧ୍ୟ ମୁଣ୍ଡ ବିନ୍ଧା ପାଲଟିଲାଣି। ଏବେ ସୁଦ୍ଧା ରାଜଧାନୀରୁ ୩୧୪ ଜଣ ଆକ୍ରାନ୍ତ ଚିହ୍ନ ହେଲେଣି ।ଭୁବନେଶ୍ବରରେ  ୩ଜଣ ହସ୍ପିଟାଲ କର୍ମଚାରୀ ଆଜି ଚିହ୍ନଟ ହୋଇଛନ୍ତି। ସେମିତି ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନରେ ଜଣେ ରୋଗୀ ବାହାରିବା ପରେ ସେଠାରେ ନୂଆ ରୋଗୀଙ୍କ ଆଡମିଶନ ବନ୍ଦ କରାଯାଇଛି। ଯାହାକି କର୍କଟ ରୋଗୀଙ୍କ ଚିକିତ୍ସା ଉପରେ ପ୍ରଭାବ ପକାଇଛି । ସେପଟେ ବଡମ୍ବା ଥାନା ଅଧିକାରୀ ପଜିଟିଭ୍ ଚିହ୍ନଟ ପରେ କଟକ ସିଡିଏ ସେକ୍ଟର ୯ ଅଞ୍ଚଳର ଦୁଇଟି ଲେନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଗାମି ୪ ସପ୍ତାହ ଏବେ ଖୁବ ଚିନ୍ତାଜନକ। ଯାହାକୁ ଦେଖି ଘରକୁ ଘର କରୋନା ଖୋଜା ଚାଲିଛି।

{"id":293450,"sizeSlug":"large"}

ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଗଞ୍ଜାମରେ ଉଦ୍‌ବେଗଜନକ ହେବାରେ ଲାଗିଛି। ଆକ୍ରାନ୍ତାଙ୍କ ସଂଖ୍ୟାରେ ୧ ନମ୍ବର, ମୃତ୍ୟୁ ସଂଖ୍ୟାରେରେ ବି ୧ ନମ୍ବର ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ମୁଣ୍ଡ ପରେ ମୁଣ୍ଡ ଗଡେଇ ଚାଲିଛି ମହାମାରୀ । ଆଜି ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା ଉଭୟ ଗଞ୍ଜାମ ଜିଲ୍ଲାର । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୨ ହୋଇଥିବା ବେଳେ ରାଜ୍ୟରେ ୨୩ ଛୁଇଁଛି ସଂଖ୍ୟା । ଆଜି ୯୬ ନୂଆ କେସ୍ କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୭ରେ ପହଞ୍ଚିଛି । ବ୍ରହ୍ମପୁର ସହରର ୬ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ୍ ଘୋଷଣା କରିଛି ମହାନଗର ନିଗମ । ଛତ୍ରପୁର ଏନ୍.ଏ.ସିକୁ ୩୦ ତାରିଖଠୁ ୬ ଦିନ ପର୍ଯ୍ୟନ୍ତ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ହିଞ୍ଜିଳି ପୌରଞ୍ଚାଳର ୪ ଟି ୱାର୍ଡକୁ କଣ୍ଟେନ୍‌ମେଣ୍ଟ୍  ଏବଂ ଅନ୍ୟ ସବୁ ୱାର୍ଡକୁ ବଫର୍ ଜୋନ୍ ଘୋଷଣା କରାଯାଇଛି । ସେପଟେ ସଟ୍ ଡାଉନ୍ ସତ୍ତ୍ବେ ଅମାନିଆ ନିୟମ ନମାନିବା ଚିନ୍ତାର ବିଷୟ ହୋଇଛି ।

{"id":293451,"sizeSlug":"large"}

ଯାଜପୁରରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫ ଶହ ନିକଟତର । ଆଜି ଜିଲ୍ଲାରୁ ୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଯାହା ପ୍ରଶାସନର ଚିନ୍ତା ବଢାଇଛି । ସଂକ୍ରମଣ ଆଶଙ୍କାରେ ୮ ତାରିଖ ଯାଏ ଜିଲ୍ଲା ସଦର ମହକୁମାର ସବୁ ସରକାରୀ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।

{"id":293456,"sizeSlug":"large"}

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏକ ଘରେ।ଇ ନର୍ସିଂହେ।ମର ୩ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନର୍ସିଂହେ।ମକୁ ୭ଦିନ ପାଇଁ ସିଲ୍ କରାଯାଇଛି । ନର୍ସିଂହେ।ମର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ ପାଇଁ ନିର୍ଦେଶ ଦିଆଯାଇଛି ।  ଏହାକୁ ମିଶାଇ ଆଜି ରାଜ୍ୟରୁ ୨୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୧୪ ଜଣ କ୍ବାରାଣ୍ଟାଇନରୁ, ୩୧ ଜଣ ସ୍ଥାନୀୟ ସଂକ୍ରମିତ, ଯେଉଁଥିରୁ ଭୁବନେଶ୍ବରରୁ ୨୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.