ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କରୋନା ଆକ୍ରାନ୍ତ ଚିହ୍ନଟ : ହସ୍ପିଟାଲର ମେଡ଼ିସିନ ୱାର୍ଡ ଏବଂ ଓପିଡ଼ି ସିଲ , କ୍ବାରାଣ୍ଟାଇନରେ ୩ ଡାକ୍ତର ଓ ୪ ନର୍ସ

Published By : Prameya-News7 Bureau | July 27, 2020 IST

ଝାରସୁଗୁଡା ୨୭।୦୭: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଲା କରୋନା । ଭୟରେ ରୋଗୀ ଓ ସମ୍ପର୍କୀୟ । ଜଣେ ରୋଗୀ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ସକାଳେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସପିଟାଲର ମେଡ଼ିସିନ ୱାର୍ଡ ଏବଂ ଓପିଡ଼ିକୁ ସିଲ କରି ଦେଇଛି ।

{"id":305992,"sizeSlug":"large"}

ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୩ଜଣ ଡାକ୍ତର, ୪ଜଣ ନର୍ସ ଏବଂ ଜଣେ ଟେକନିସିଆନ୍ ଙ୍କୁ କ୍ବାରାଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସବୁ ୱାର୍ଡକୁ ସାନିଟାଇଜ କରାଯାଉଛି । ଏପଟେ ଭୟରେ ରୋଗୀମାନଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନା ବାହାରେ ବୁଲୁଛନ୍ତି। କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ଗତ ୨୩ ତାରିଖ ସ୍ବାବ ଦେଇଥିଲେ । ତେବେ ସେ  କାହାକୁ ନଜଣାଇ ଅନ୍ୟାନ୍ୟ ରୋଗଥିବା ଦର୍ଶାଇ  ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇ ଯାଇଥିଲେ । ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀ ଆସିଥିବାରୁ ଚିନ୍ତା ବଢିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.