କୋଭିଡ୍-୧୯ କବଳରେ କରୋନା ଯୋଦ୍ଧା: ୪୬ ଆମ୍ବୁଲାନ୍ସ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ, ୦୮|୦୫ :  ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏଠାକାର କ୍ୟାଟସ୍ ଆମ୍ବୁଲାନ୍ସ ସେବା ଯୋଗାଉଥିବା ୪୬ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ଦିଲ୍ଲୀର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଆମ୍ବୁଲାନ୍ସ ସର୍ଭିସର ଅଫିସ୍ ଲକ୍ଷ୍ମୀନଗରରେ ଅବସ୍ଥିତ । ଶୁକ୍ରବାର ଏଠାକାର କର୍ମଚାରୀଙ୍କ ଟେଷ୍ଟ୍ ରିପୋର୍ଟ ଆସିଥିଲା । ଟେଷ୍ଟ୍ ରିପୋର୍ଟ ମଧ୍ୟରେ ୪୬ଜଣଙ୍କ ପଜିଟିଭ୍ ଆସିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଗୁରୁବାର କରୋନା ଭାଇରସର ୪୪୮ଟି ମାମଲା ସାମ୍ନାକୁ ଆସିଛି । ଯାହା ଗୋଟିଏ ଦିନରେ ସାମ୍ନାକୁ ଆସିଥିବା ସର୍ବାଧିକ ମାମଲା । ଏହା ପୂର୍ବରୁ ବୁଧବାର ଏଠାରେ ୪୨୮ଟି ମାମଲା ସାମ୍ନାକୁ ଆସିଥିଲା । ଏହାସହ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇ ୬ ହଜାର ଅତିକ୍ରମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.