Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚୌଦ୍ୱାର ଜେଲରୁ କରୋନା ପଜିଟିଭ୍ ଚିହ୍ନଟ, ସମସ୍ତ ଓ୍ବାର୍ଡକୁ କରାଗଲା ବିଶୋଧନ

6/07/2020 at 11:52 AM

କଟକ ୦୬।୦୭: କଟକରେ ନିଦ ହଜାଇଲାଣି କରୋନା ଭାଇରସ । ସହରର ଗୋଟିଏ ପରେ ଗୋଟିଏ ହସ୍ପିଟାଲରୁ କରୋନା ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ଏବେ  ଚୌଦ୍ୱାର ଜେଲରୁ ଜଣେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜେଲ୍‌ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରେ ଚିକିତ୍ସିତ ଚୌଦ୍ୱାର ଜେଲ୍‌ର ଜଣେ କଏଦୀ କରୋନା ଆକ୍ରାନ୍ତ ହେବା ପରେ ସଂକ୍ରମଣ ଜେଲ୍‌କୁ ବ୍ୟାପିଛି । ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସି ଜେଲ୍‌ର ଜଣେ ୱାର୍ଡର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍‌ପିଟାଲ୍‌ରେ ଚିକିତ୍ସିତ ସଂପୃକ୍ତ ରୋଗୀଙ୍କ ନିକଟରେ ଜେଲ୍‌ର ୪ଜଣ କର୍ମଚାରୀ ଡ୍ୟୁଟି କରୁଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସଂପୃକ୍ତ କର୍ମଚାରୀ ଜେଲ୍‌ରେ ଡ୍ୟୁଟି କରିବା ସହ ବାରାକ୍‌ରେ ରହୁଥିବାରୁ କରୋନା ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଚୌଦ୍ୱାର ଜେଲ୍‌ରେ ରହୁଥିବା ଜଣେ ୭୦ ବର୍ଷ ବୟସ୍କ କଏଦୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ହସ୍‌ପିଟାଲ୍‌ରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବ୍ୟାପିବାରୁ ସଂପୃକ୍ତ କଏଦୀ ଜଣକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତାଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

 ସେହିପରି ତାଙ୍କ ନିକଟରେ ଡ୍ୟୁଟି କରୁଥିବା ଜେଲ୍‌ର ଜଣେ ୱାର୍ଡର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜେଲ୍‌ରେ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ସଂକ୍ରମିତ କର୍ମଚାରୀ ଜଣଙ୍କ ଜେଲ୍‌ର ବାରାକରେ ରହୁଥିଲେ । ତାଙ୍କ ସହିତ ଆଉ ୨ ଜଣ କର୍ମଚାରୀ ରହୁଥିଲେ । ସେମାନେ ଜେଲ୍‌ରେ ନିୟମିତ ଡ୍ୟୁଟି ମଧ୍ୟ କରୁଥିଲେ । ତେଣୁ ଜେଲ୍‌ରେ ଅନ୍ୟମାନଙ୍କୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ବାରାକ୍‌ରେ ରହୁଥିବା ଅନ୍ୟ ଦୁଇ କର୍ମଚାରୀଙ୍କୁ ଆଜିଠାରୁ ଆଇସୋଲେସନ୍‌ରେ ରଖାଯାଇଥିଲାବେଳେ ବାରକ୍‌କୁ ସାନିଟାଇଜ୍‌ କରାଯାଇଛି । ଆଇସୋଲୋସନରେ ଥିବା କର୍ମଚାରୀଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇଛି । ଚୌଦ୍ୱାର ଜେଲରୁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେବା ପରେ ଜେଲର ସମସ୍ତ ଓ୍ବାର୍ଡକୁ ବିଶୋଧନ କରାଯାଇଛି । ଆକ୍ରାନ୍ତ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏନେଇ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । କର୍ମଚାରୀ ଓ ଅନ୍ତେବାସୀଙ୍କ ସ୍ବାବ ସଂଗ୍ରହ କରାଯିବ । ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା କର୍ମଚାରୀ ଓ କଏଦୀଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି ।

ୱାର୍ଡରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି । ତେବେ ସେ ବାରାକ୍‌ରେ ରହୁଥିବାରୁ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ଜେଲ୍‌ରେ ପ୍ରାୟ ଶହେ ଜଣ କର୍ମଚାରୀଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ସରକାରଙ୍କୁ ଜଣାଇଛୁ ବୋଲି ଜେଲ୍‌ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଚୌଦ୍ୱାର ଜେଲରେ ଏବେ ୮୪୩ ଜଣ କଏଦୀ ରହିଛନ୍ତି । କିନ୍ତୁ ଜେଲ୍‌ରେ କରୋନା ସଂକ୍ରମଣ ଆଶଙ୍କା ସବୁବେଳେ ରହିଥିବା ଅଭିଯୋଗ ହେଉଛି । ଏମିତିକି ଜେଲରେ ଶହଶହ କର୍ମଚାରୀ ବିଭିନ୍ନ ସମୟରେ ସଂକ୍ରମଣ ଆଶଙ୍କାରେ ଥିଲେ ମଧ୍ୟ ଏନେଇ ପର୍ଯ୍ୟାପ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

   Related Posts