ଚଳଚ୍ଚିତ୍ର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଘର ପାଖରେ କୋରୋନା ପଜିଟିଭ୍: ଆପାର୍ଟମେଣ୍ଟ ସିଲ୍

Published By : Prameya-News7 Bureau | April 05, 2020 IST

ମୁମ୍ବାଇ ୦୫/୦୪ : କରୋନା ଜୀବାଣୁ ଯୋଗୁଁ ଗତ କିଛି ଦିନ ମଧ୍ୟରେ ଦେଶ ତଥା ବିଶ୍ୱର ଅବସ୍ଥା ଚିନ୍ତାଜନକ ହୋଇପଡିଛି। ଦେଶରେ ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏବେଯାଏଁ ଦେଶରେ ୩୩୭୮ ରୁ ଅଧିକ ସଂକ୍ରମଣ ହୋଇଛି ଏବଂ ୭୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନର ତାଜା ଖବର ଅନୁଯାୟୀ, ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି | ସେ ରହୁଥିବା ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ମିଳିଛି | ଉକ୍ତ ବ୍ୟକ୍ତି ଜଣକ ନିକଟରେ ସ୍ପେନରୁ ଫେରି ଆସିଥିଲେ।

ବିମାନବନ୍ଦରରେ ଉକ୍ତ ବ୍ୟକ୍ତିଙ୍କର ସ୍କ୍ରିନିଙ୍ଗ କରାଯାଇଥିଲା | ବିମାନବନ୍ଦରରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା | କିନ୍ତୁ ସ୍ପେନରୁ ଫେରିବାର ୧୨ ଦିନ ପରେ ତାଙ୍କ ଭିତରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା | ଏହାପରେ ତାଙ୍କୁ ପରୀକ୍ଷା କରାଯାଇଥିଲା | କରୋନା ପଜିଟିଭ ବାହାରିବା ପରେ ସତର୍କତାକୁ ଦୃଷ୍ଟିରେ ରଖି ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି | ଏହି ଆପାର୍ଟମେଣ୍ଟରେ ଅନେକ ସେଲିବ୍ରିଟି ମଧ୍ୟ ରହନ୍ତି | ଆପାର୍ଟମେଣ୍ଟ ବାହାରେ ପୋଲିସ ନିୟୋଜିତ କରାଯାଇଛି ଯେପରିକି କେହି ବାହାରକୁ ଯାଇପାରିବେ ନାହିଁ | ଆଶିତା ଧୱନ, ନତାଶା ଶର୍ମା, ମିଶ୍ରକ ଭର୍ମା ଭଳି ସେଲିବ୍ରେଟମାନେ ମଧ୍ୟ ଏହି ଆପାର୍ଟମେଣ୍ଟରେ ରୁହନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.