ଚିହ୍ନଟ ହୋଇଥିବା ୧୦୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ରହିଛନ୍ତି ସର୍ବାଧିକ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ...

Published By : Prameya-News7 Bureau | May 13, 2020 IST

ଭୁବନେଶ୍ୱର ୧୩।୦୫: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଆଉ ୧୦୧କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ଗଞ୍ଜାମ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି ।

{"id":269068,"width":560,"height":380,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ଚିହ୍ନଟ ହୋଇଥିବା ୧୦୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୨ଜଣ, ବାଲେଶ୍ୱରରୁ ୩୩ଜଣ, ଯାଜପୁର ଜିଲ୍ଲାରୁ ୭ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ଜଣ ଏବଂ କେନ୍ଦୁଝର ଜିଲ୍ଲାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ଜିଲ୍ଲାରେ ୨୦୯ଟି ଆକ୍ଟିଭ୍‌ କେସ୍‌ ରହିଛି । ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ଜଣ ସୁସ୍ଥ ହୋଇଛନ୍ତି । ୭୯ଟି ଆକ୍ଟିଭ କେସ୍‌ ରହିଛି । ଯାଜପୁର ଜିଲ୍ଲାରେ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୩୩ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଜିଲ୍ଲାରେ ବର୍ତ୍ତମାନ ୩୮ଟି ଆକ୍ଟିଭ୍‌ କେସ୍ ରହିଛି । ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ରହିଥିବା ବେଳେ ୩୭ଜଣ ସୁସ୍ଥ ହୋଇସାରିଛି । ଏବଂ ବାକି ୧୧ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । ଭଦ୍ରକରେ ୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ଜିଲ୍ଲାରେ ୧୬ଟି ଆକ୍ଟିଭ୍‌ କେସ୍‌ ରହିଛି ।

{"id":269071,"sizeSlug":"large"}

ସୁନ୍ଦରଗ଼ଡରେ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ୧୩ଟି ଆକ୍ଟିଭ୍‌ କେସ୍‌ ରହିଛି । ଅନୁଗୋଳ ଜିଲ୍ଲାରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଟି ଆକ୍ଟିଭ୍‌ କେସ୍‌ ରହିଛି । କେନ୍ଦ୍ରାପଡାରେ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ଜିଲ୍ଲାରେ ୭ଟି ଆକ୍ଟିଭ୍‌ କେସ୍‌୍ ରହିଛି । ମୟୁରଭଞ୍ଜ ଜିଲ୍ଲାରେ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ଟି ଆକ୍ଟିଭ୍‌ କେସ୍‌ ରହିଛି ।

{"id":269078,"sizeSlug":"large"}

ଜଗତସିଂହପୁରରେ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ୫ଜଣ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ବୌଦ୍ଧରେ ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି । କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ପୁରୀରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି । ଏବଂ ବାକି ୩ଜଣଙ୍କ ଚିକିତ୍ସା ଜାରି ରହିଛି । ସେହିପରି କଟକରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି । ଏବଂ ବାକି ୨ଜଣଙ୍କ ଚିକିତ୍ସା ଜାରି ରହିଛି ।

 ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୧୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.