Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହସ୍ପିଟାଲରେ କିଭଳି ଚାଲିଛି ଚିକିତ୍ସା : ଅନୁଭୂତି ସେୟାର କଲେ କରୋନା ସଂକ୍ରମିତ ଜୋଆ

9/04/2020 at 8:41 PM

ମୁମ୍ବାଇ ୯/୪: ଅଭିନେତା ଶାହରୁଖ ଖାନଙ୍କ ନିକଟ ସମ୍ପର୍କୀୟ ବନ୍ଧୁ ପ୍ରଡ୍ୟୁସର କରୀମ ମୋରାନିଙ୍କ ସାନ ଝିଅ ଶଜା ମୋରାନିଙ୍କୁ ପ୍ରଥମେ କରୋନା ପଜିଟିଭ ହୋଇଥିଲା। ଏହା ପରେ ତାଙ୍କ ବଡ଼ ଝିଅ ଜୋଆ ମୋରାନିଙ୍କଠାରେ କରୋନାର ଲକ୍ଷଣ ଦେଖାଯାଇଥିଲା। ନିଜେ କରୀମ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। କରୀମ୍ ଏବଂ ଶଜାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିବାବେଳେ ଜୋଆଙ୍କଠାରେ କରୋନାର ଲକ୍ଷଣ ଭଲଭାବେ ପ୍ରତିଫଳିତ ହେଉଥିଲା। ନିକଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜୋଆ ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସବୁ କଥା କହିଛନ୍ତି।

ଜୋଆ ମୋରାନି ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଲେଖିଛନ୍ତି- ‘ତାଙ୍କ ବାପା,ଭଉଣୀ ଏବଂ ସେ କରୋନା ପଜିଟିଭ। ବାପା ଏବଂ ଭଉଣୀଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା। କିନ୍ତୁ ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା। ସେ ଖୁବ୍ ଶୀଘ୍ର ନିଜର ଅନୁଭୂତି ବିଷୟରେ କହିବେ ଯାହା ଫଳରେ ଲୋକଙ୍କୁ ଏହି ଭାଇରସ୍ ବିଷୟରେ ଠିକ ଭାବେ ଜଣାଯାଉ। ତାଙ୍କୁ ଏହା ଫ୍ଲୁ ଭଳି ଲାଗିଥିଲା,ତାଙ୍କ ଛାତିରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା। ବିଶ୍ରାମ,ପ୍ରାଣାୟାମ ଏବଂ ଗରମ ପାଣି ଦ୍ବାରା ତାଙ୍କୁ ବହୁତ ଫାଇଦା ହୋଇଛି। ସେ ଆଶା କରୁଛନ୍ତି ଯେ ସେ ଖୁବ୍ ଶୀଘ୍ର ଘରକୁ ଫେରିବେ।

ଜୋଆ ଏହି ପୋଷ୍ଟ ସହ କ୍ୟାପସନରେ ହସ୍ପିଟାଲରେ ଚାଲୁଥିବା ନିଜ ଚିକିତ୍ସା ବିଷୟରେ କହିଥିଲେ। ସେ ଲେଖିଥିଲେ- ଏଠାକାର ଡାକ୍ତର,ନର୍ସ ଏବଂ ହସ୍ପିଟାଲର ବାକି ଷ୍ଟାଫ ତାଙ୍କର ଭଲଭାବେ ଦେଖାଶୁଣା କରୁଛନ୍ତି। ତାଙ୍କର ଯେତିକି ପ୍ରଶଂସା କରିବା ସେତିକି କମ୍। ସେମାନେ ତାଙ୍କ ପ୍ରୋଟେକ୍ଟିଭ ସୁଟରେ ଜମା କମ୍ଫରଟେବଲ୍ ନୁହଁନ୍ତି କିନ୍ତୁ ଏହା ସତ୍ବେ ସେମାନେ ଲଗାତାର କାମ କରୁଛନ୍ତି। ଏମାନେ ଅସଲି ହୀରୋ।

ଜୋଆ ନିଜ ପୋଷ୍ଟରେ ଡାକ୍ତର ସୌରଭଙ୍କ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ସେ ଡାକ୍ତର ସୌରଭଙ୍କୁ ଧନ୍ୟବାଦ ଜଣାଉଛନ୍ତି। ସେ ବହୁତ ସୁଇଟ୍, ସେ ତାଙ୍କୁ ଜୋକ୍ ଶୁଣାଉଛନ୍ତି ଏବଂ ଉଦ୍ୟମ କରୁଛନ୍ତି ଯେ ତାଙ୍କୁ ଭଲ ଫିଲ୍ ହେଉ।

   Related Posts