ICUରେ ଟେଲି ଷ୍ଟାର : ସ୍ୱାମୀଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କଲେ ପତ୍ନୀ, ସେୟାର କଲେ ଭିଡିଓ

Published By : Prameya-News7 Bureau | May 07, 2021 IST

ମୁମ୍ବାଇ ୭।୫ : କରୋନାରେ ସଂକ୍ରମିତ ଟେଲି ଷ୍ଟାର ଅନିରୁଦ୍ଧ ଦବେ । ଗତ କିଛିଦିନ ହେବ ସେ କରୋନା ସହ ସଂଘର୍ଷ କରୁଛନ୍ତି ଅନିରୁଦ୍ଧ । ଏବେ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଫ୍ୟାନମାନଙ୍କୁ ଏହି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ଶୁଭୀ ଆହୁଜା । ତାଙ୍କ ସ୍ୱାମୀଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରିବାକୁ ସେ ନିବେଦନ କରିଛନ୍ତି ।

wp:html
/wp:html

ସ୍ୱାମୀ ହସ୍ପିଟାଲରେ ଥିବାରୁ ଶୁଭୀ ତାଙ୍କୁ ବହୁତ ମିସ୍ କରୁଛନ୍ତି । ସେଥିପାଇଁ ଅନିରୁଦ୍ଧଙ୍କର ସହ ବିତାଇଥିବା କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଶୁଭୀ ଅନିରୁଦ୍ଧଙ୍କ ସହ ଗୀତ ଗାଉଛନ୍ତି । ଭିଡିଓ ସେୟାର କରି ଶୁଭୀ ଆହୁଜା ଲେଖିଛନ୍ତି, ‘ତୁମେ ହିଁ ସୁର, ତୁମେ ହିଁ ସଂଗୀତ, ତୁମେ ହିଁ ସାଥୀ, ତୁମେ ହିଁ ମିତ୍ର ଅନିରୁଦ୍ଧ । ଏକାଠି ରହିବା ଆମେ ଜୀବନ ଯୁଦ୍ଧକୁ ଜିତିଯିବା । ସେ ଆହୁରି କହିଛନ୍ତି ପୁଅ ଅନିସ୍କ ଡାକୁଛି, ଶୀଘ୍ର ଘରକୁ ସୁସ୍ଥ ହୋଇ ଫେରିଆସ ।

wp:gallery {"ids":[449422],"linkTo":"none"} /wp:gallery

ଏବେ ବି ଲମ୍ବା ଯାତ୍ରା ପଡିଛି । ଅନିରୁଦ୍ଧ ଏବେ ବି ସଂଘର୍ଷ କରୁଛନ୍ତି । କେବଳ ଆପଣମାନଙ୍କର ପ୍ରାର୍ଥନା ଆବଶ୍ୟକ ଅଛି । ‘କିଛି ଦିନ ପୂର୍ବରୁ ଶୁଭୀ ଅହୁଜା ଅନିରୁଦ୍ଧଙ୍କ ଫଟୋ ସେୟାର କରି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କହିଥିଲେ । ତାଙ୍କ ପୁଅଙ୍କ ସହ ଅନିରୁଦ୍ଧଙ୍କ ଫଟୋ ସେୟାର କରିଥିବାବେଳେ ଶୁଭୀ ଲେଖିଛନ୍ତି, ‘ମୁଁ ଏହି ସମୟରେ ଅନିରୁଦ୍ଧଙ୍କୁ ଭେଟିବାକୁ ଯାଉଛି, ଯିଏ କରୋନା ସହ ସଂଘର୍ଷ କରୁଛନ୍ତି ଏବଂ ଗୁରୁତର ଅଛନ୍ତି ।

ମୋତେ ମୋର ଦୁଇ ମାସର ସାନ ପୁଅ ଅନିସ୍କକୁ ଘରେ ଛାଡି ଯିବାକୁ ପଡ଼ୁଛି । ଏହା ମୋ ଜୀବନର ସବୁଠୁ ବଡ ଚ୍ୟାଲେଞ୍ଜ । ଗୋଟିଏ ପଟେ ଯେଉଁଠାରେ ଅନିସ୍କକୁ ମୋର ଆବଶ୍ୟକ ଅଛି, କାରଣ ସେ ବହୁତ ଛୋଟ, ଅନ୍ୟ ପଟେ ମୋତେ ଅନିରୁଦ୍ଧଙ୍କୁ ମଧ୍ୟ ଦେଖିବାକୁ ପଡ଼ିବ। ‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.